ଦୁବାଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୩୪ତମ ମ୍ୟାଚ । ଆଜି ଦୁଇଟି ମ୍ୟାଚ ଖେଳାହେବାକୁ ଥିବାବେଳେ ପ୍ରଥମ ମ୍ୟାଚ ଦିନ ୩.୩୦ରେ ଆବୁଧାବିରେ ଖେଳାଯିବ । ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ କଲିକତା ନାଇଟ ରାଇଡର୍ସ ପଡିଆକୁ ଓହ୍ଲାଇବ । ଅନ୍ୟପଟେ ସଂନ୍ଧ୍ୟା ୭.୩୦ରେ ଦୁବାଇଖେଳାଯିବ ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନକୁ୍ସ କିଙ୍ଗସ ଏକାଦଶ ପଞ୍ଜାବ ଭେଟିବ । ଡ଼େଭିଡ଼ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ଚଳିତ ବର୍ଷ ଆଇପିଏଲରେ ପଏଣ୍ଟ ଟେବୁଲରେ ପଞ୍ଜମ ସ୍ଥାନରେ ଅଛି । ହାଇଦ୍ରାବାଦ ଦଳରେ କ୍ୟାପଟେନ ଓା୍ୱର୍ଣ୍ଣର, କେନ ୱିଲିୟମସନ ଓ ବେୟାରଷ୍ଟୋଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଖେଳୁଛନ୍ତି । ଅନ୍ୟପଟେ ଦଳରେ ଷ୍ଟାର ସ୍ପିନର ଭାବେ ରସିଦ ଖାନ ଅଛନ୍ତି । ସେହିପରି କଲିକତା ଦଳର ବିସ୍ଫୋରକ ଓପନିଂ ବ୍ୟାଟସମ୍ୟାନ ଶୁଭମାନ ଗିଲ ଓ ଇୟାନ ମୋର୍ଗାନ ଆଜିର ମ୍ୟାଚ ଖେଳୁଛନ୍ତି । ସେହିପରି ଦ୍ରୁତ ବୋଲର ନାଗରକୋଟି ଓ ଶୁଭମ ମାଭି ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଯାହା ଆଜିର ମ୍ୟାଚରେ ହାଇଦ୍ରାବାଦର ଏକ ବଡ଼ ସ୍କୋରକୁ ରୋକିବାରେ ସହାୟକ ହେବ ।

ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପଞ୍ଜାବ ଆଜି ପଡିଆକୁ ଓହ୍ଲାଉଛି । ତେବେ ମୁମ୍ବାଇ ଦଳର ବିସ୍ଫୋରକ ବ୍ୟାଟସମ୍ୟାନ ହିସାବରେ ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ ଚମକ୍ରାର ଫର୍ମରେ ଅଛନ୍ତି । । ସେହିପରି ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ଟେଣ୍ଟ ବୋଲ୍ଟ ଓ ପ୍ୟାଟିସନ ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଯାହାକି ଆଜିର ମ୍ୟାଚରେ ମୁମ୍ବାଇ ଭଲ ପ୍ରଦର୍ଶନ କରିବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ରାହୁଲଙ୍କ ନେତୃତ୍ୱାଧିନ କିଙ୍ଗସ ଏକାଦଶ ପଞ୍ଜାବ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିଛି । ତେବେ ଆଜିର ମ୍ୟାଚ ଜିତି ନିଜ ସ୍ଥାନ ସୁଦୃଢ କରିବା ଲକ୍ଷରେ ପଡ଼ିଆକୁ ଓହ୍ଲାଇଛି କିଙ୍ଗସ ଏକାଦଶ ପଞ୍ଜାବ । ଏହି ଦଳରେ କେଏଲ ରାହୁଲ, କରୁଣ ନାୟାର, ମୟଙ୍କ ଅଗ୍ରୱାଲ, ଗ୍ଲେନ ମ୍ୟାକ୍ସୱେଲ ଓ ନିକୋଲାସଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଖେଳୁଛନ୍ତି । ଅନ୍ୟପଟେ ଭାରତୀୟ ଦଳର ଶ୍ରେଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମି ପଞ୍ଜାବ ଟିମର ବୋଲିଂ ନେତୃତ୍ୱ ନେଇଛନ୍ତି । ସେହିପରି ସ୍ଫିନର ଅଶ୍ୱିନ ଓ ରବି ବିଷ୍ନୋୟୀଙ୍କ ଭଳି ପ୍ରମୁଖ ବୋଲର ଟିମରେ ଅଛନ୍ତି । ଯାହାକି ଆଜିର ମ୍ୟାଚରେ ମୁମ୍ବାଇ ଦଳକୁ ଏକ ବଡ଼ ସ୍କୋର କରିବାରେ ସହାୟକ ହେବ ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0