spot_img

ପୁରୁଣା ଫର୍ମକୁ ଫେରିଲେ ଷ୍ଟିଭ ସ୍ମିତ

ସିଡନୀ: ପୁରୁଣା ଫର୍ମକୁ ଫେରିଲେ ଅଷ୍ଟ୍ରେଲିଆ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିତ । ଏନେଇ ସ୍ମିତ କହିଛନ୍ତି, ଚଳିତ ବର୍ଷ ଆଇପିଏଲରେ ତାଙ୍କ ପ୍ରଦର୍ଶନ ଭଲ ନଥିଲା । କିନ୍ତୁ ବର୍ତ୍ତମାନ ସେ ତାଙ୍କ ପୁରୁଣା ଫର୍ମକୁ ଫେରିଛନ୍ତି ବୋଲି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ତେବେ ଚଳିତ ବର୍ଷ ଆଇପିଏଲରେ ସେ ରାଜସ୍ଥାନ ରୟାଲ୍ସ ଦଳର ନେତୃତ୍ୱ ନେଇଥିଲେ । ସେ ମୋଟ ୧୪ ଟି ମ୍ୟାଚ ଖେଳି ମାତ୍ର ୩୧୧ ରନ କରିଥିଲେ ।

କିନ୍ତୁ ଆଇପିଏଲରେ ତାଙ୍କ ସମର୍ଥକ ମାନେ ତାଙ୍କ ବ୍ୟାଟିଂର ଯାଦୁ ଦେଖିପାରିନଥିଲେ । ତେଣୁ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେଉଥିବା ଭାରତ-ଅଷ୍ଟେଲିଆ ସିରିଜରେ ଭଲ ପ୍ରଦର୍ଶନ କରିବେ ବୋଲି ସେ ଆଶା ବାନ୍ଧିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular