spot_img

କାର୍ ଭିତରୁ ୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଝାରସୁଗୁଡା : ଦିନ ଦ୍ବିପ୍ରହରରେ ୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଜନଗହଳିପୂର୍ଣ୍ଣ ବମ୍ବେ ଛକ ନିକଟରେ କାରରେ ଯାଉଥିବା ଜଣେ ବ୍ୟକ୍ତିଙ୍କଠାରୁ ଲୁଟ୍ ହେଲା ୫ ଲକ୍ଷ ଟଙ୍କା । ଦୀନେଶ ସାହୁ ନାମକ ବ୍ୟକ୍ତି ଆକ୍ସିସ ବ୍ୟାଙ୍କରୁ ଟଙ୍କା ଉଠାଇ ବ୍ରଜରାଜନଗର ଯାଉଥିଲେ ।

ବମ୍ବେ ଛକ ନିକଟରେ ନିଜ କାରକୁ ଅଟକାଇ ଓହ୍ଲାଇବା ସମୟରେ ପଛ ଆଡୁ ବାଇକରେ ପିଛା କରୁଥିବା ୨ ଜଣ ଯୁବକ ଗାଡିର ଡୋର୍ ଖୋଲି ସେଥିରେ ଥିବା ଟଙ୍କା ବ୍ୟାଗକୁ ଲୁଟି ନେଇ ଫେରାର ହୋଇଯାଇଥିଲେ । ଖବର ପାଇ ଝାରସୁଗୁଡା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular