spot_img

ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ଓ ନର୍ସଙ୍କୁ ଦୁର୍ବ୍ୟହାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ଓ ନର୍ସଙ୍କୁ ଦୁର୍ବ୍ୟବହାର । ଏପରିକି ମେଡ଼ିକାଲ ପରିସରରେ ଥିବା ଔଷଧ କେନ୍ଦ୍ର କବାଟକୁ ଭାଙ୍ଗିଛନ୍ତି କିଛି ଯୁବକ । ବାଲିଅନ୍ତା ଥାନା କାକରଦ୍ରପୁର ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ନାମକ ଜଣେ ବ୍ୟକ୍ତିର ହାତ ଆଙ୍ଗୁଠି ଫାଟି ଯାଇଥିଲା । ଯେଉଁଥିପାଇଁ ସେ ବାଲିପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ତାଙ୍କ ସହ ଦଶରୁ ବାର ଜଣ ଯୁବକ ମଧ୍ୟ ଆସିଥିଲେ । ସେଠାରେ ଡ଼ାକ୍ତର ରତିରଞ୍ଜନ ସ୍ୱାଇଁ ଉକ୍ତ ବ୍ୟକ୍ତିଙ୍କର ଚିକିସôା କରିଥିଲେ । ପରେ ଔଷଧ ଓ ଇଞ୍ଜେକ୍ସନ ଆଣିବା ପାଇଁ ଲେଖିଥିଲେ । ମଧ୍ୟାହ୍ନ ସମୟ ଥିବାରୁ ଔଷଧ କେନ୍ଦ୍ରଟି ବନ୍ଦ ଥିଲା । ଯେଉଁଥିପାଇଁ ଯୁବକମାନେ ହୋହାଲ୍ଲା କରିବା ସହ ଡ଼ାକ୍ତରଙ୍କ ସହ ଯୁକ୍ତିତର୍କ କରିଥିଲେ । ଖାଲି ସେତିକି ନୁହଁ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଯୁବକ ରାଗରେ ଔଷଧ କେନ୍ଦ୍ରର କବାଟ ଭାଙ୍ଗି ଦେଇଥିଲେ । ଯାହା ହସ୍ପିଟାଲରେ ଲଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଘଟଣା ସଂପର୍କରେ ପୋଲିସ ସୂଚନା ପାଇ ପହଞ୍ଚିବା ପୂର୍ବରୁ ସମସ୍ତେ ସେଠାରୁ ଚାଲିଯାଇଥିଲେ । ମେଡ଼ିକାଲ ତରଫରୁ ଲିଖିତ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ରାଧାକାନ୍ତ ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular