spot_img

ଆଇଗିଣିଆ ଆଳୁଗୋଦାମ ସିଲ୍

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଆଇଗିଣିଆ ଅଞ୍ଚଳରୁ ଏପର୍ଯ୍ୟନ୍ତ ୧୦କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେଣୁ ବିଏମସି ଏହି ଅଞ୍ଚଳରେ ଥିବା ଏକ ଆଳୁ ଗୋଦାମକୁ ସିଲ୍ କରିଛି । ରାଜଧାନୀର ଗୋଟିଏ ଅଟାକଳରେ ସଂକ୍ରମଣ ଯେଉଁ ପରିମାଣରେ ବଢିବାରେ ଲାଗିଲା, ସେହିପରି ସ୍ଥିତିକୁ ଏଡାଇବାକୁ ଯାଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ବିଏମସି ଦକ୍ଷିଣ ପଶ୍ଚିମ ଜୋନ୍ ଡେପୁଟି କମିଶନର ସୂଚନା ଦେଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରେ ୧୩୭୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୭ଜଣ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular