spot_img

ଆଜିଠୁ ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟୟ ସଟ୍ଡ଼ାଉନ୍

ସମ୍ବଲପୁର: ଆଜି ଠାରୁ ସମ୍ବଲପୁର ସଟଡ଼ାଉନର ଦ୍ୱିତୀୟ ପର୍ଯ୍ୟୟ ଆରମ୍ଭ ହୋଇଛି । ୩୧ ତାରିଖ ଯାଏଁ ଏହି କଟକଣା ଜାରି ରହିବ । ଏହି ସମୟରେ ଲକଡ଼ାଉନ୍ ପ୍ରଥମ ପ୍ରର୍ଯ୍ୟାୟରେ କଟକଣା କିଛିଟା କୋହଳ କରାଯାଇଛି । ରାସନ ଦୋକାନ , ପରିବାର ଦୋକାନ ସକାଳ ୬ଟାରୁ ଦିନ ୧ଟା ଯାଏଁ ଖୋଲାରହିବ । କିନ୍ତୁ ସମସ୍ତ ଦୋକାନ ଗୁଡ଼ିକରେ ସାମାଜିକ ଦୂରତା ରକ୍ଷା ସହିତ ଗ୍ରାହକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି। କୋଭିଡ୍ କଟକଣା ଯାଂଚ ପାଇଁ ୪ ଜଣ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ୱ ଦିଆଯାଇଛି । ସଂବଲପୁରରେ ଜୁଲାଇ ୨୧ ରୁ ୩୧ ତାରିଖ ଯାଏଁ ଘୋଷଣା ହୋଇଥିଲା କଟକଣା । ଏହା ଦୁଇଟି ପର୍ୟ୍ୟାୟରେ ଲାଗୁ କରିବାକୁ ବ୍ୟବସ୍ଥା କରିଥିଲା ପ୍ରଶାସନ । ପ୍ରଥମ ପର୍ୟ୍ୟାୟ ଜୁଲାଇ ୨୧ରୁ ଜୁଲାଇ ୨୫ ଯାଏଁ ରହିଥିଲା । ଦ୍ୱିତୀୟ ପର୍ୟ୍ୟାୟ ଆଜି ଠାରୁ ଜୁଲାଇ ୩୧ ଯାଏଁ ରହିବ । କୋଭିଡ୍ ଗାଇଡଲାଇନ୍ ଖିଲାପ କରାଗଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular