କଟକ: କଟକରେ କଡ଼ାକଡ଼ି ହେବ କୋଭିଡ୍ ନିୟମ । କରୋନା କଟକଣା ପାଳନ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ନିୟମ ପାଳନ ଉପରେ ନଜର ରଖିବା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ । ଏଥିପାଇଁ ୨ଟି ଟିମ୍ ଗଠନ କରିଛନ୍ତି ସିଏମସି କମିଶନର । ଟିମ୍-ଏ’ରେ ଓ ଟିମ୍-ବି’ରେ ୪ ଜଣ ଲେଖାଏଁ ସଦସ୍ୟ ସାମିଲ୍ ହୋଇଛନ୍ତି । ଉଭୟ ଟିମର ନେତୃତ୍ୱ ୨ଜଣ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଛି ।
ସୋମବାରଠୁ କଡ଼ାକଡ଼ି ଭାବେ କୋଭିଡ୍ ନିୟମ ପାଳନ ନେଇ ଏହି ଟିମ୍ ତଦାରଖ କରିବ । ବଜାର, ଧାର୍ମିକସ୍ଥଳୀ, ବିବାହ ଉତ୍ସବରେ ଭିଡ଼ ନକରିବାକୁ ପଦକ୍ଷେପ ନିଆଯାଉଛି । ଦୋକାନ, ବ୍ୟାବସାୟିକ ପ୍ରତିଷ୍ଠାନରେ ଗହଳି ରୋକିବା ଦିଗରେ କାର୍ଯ୍ୟ କରାଯାଉଛି । ଜନସାଧାରଣ ଯେପରି ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବେ ସେନେଇ ଗୁରୁତ୍ୱ ଦିଆଯିବ । ମାଇକ୍ ଲଗାଇ ଲୋକଙ୍କୁ ସଚେତନ କରୁଛି ଜିଲ୍ଲା ପ୍ରଶାସନ । ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ କୋଭିଡ୍ ନିୟମ ଉଲଙ୍ଘନକାରୀଙ୍କ ଉପରେ ସ୍ୱତନ୍ତ୍ର ଟିମ୍ ନଜର ରଖିବ ।ରବିବାର କରୋନା ଗାଇଡଲାଇନ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି SRC ପ୍ରଦୀପ ଜେନା । ଢାବା, ରେଷ୍ଟୁରାଣ୍ଟ, ହୋଟେଲଗୁଡିକ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ବିଭିନ୍ନ ସ୍ଥାନକୁ ଯାଇ ତଦାରଖ କରିବେ ବୋଲି କୁହାଯାଇଛି । ସାଧାରଣ ସ୍ଥାନରେ ଗହଳି କରି ଖାଇବା ନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲ୍ଲଂଘନ କଲେ ବ୍ୟବସାୟିକ ପ୍ରତିଷ୍ଠାନ ସିଲ୍ କରାଯିବ । ଶିକ୍ଷାନୁଷ୍ଠାନ ଉପରେ ସତର୍କ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0