ଭୁବନେଶ୍ୱର : କରୋନା କୋପରେ ସବୁ ଥରହର। ଛାତ୍ରଛାତ୍ରୀଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ପ୍ରଥମରୁ ଅଷ୍ଟମ ଯାଏଁ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ସବୁ ପିଲା ପାସ୍। ଗତବର୍ଷ ଭଳି ଏଥର ବି ପରୀକ୍ଷା ନ କରି କ୍ଲାସ ପ୍ରମୋସନ କରାଯିବ । କେବଳ ନବମ, ଦଶମ ଛାତ୍ରଛାତ୍ରୀଙ୍କ କ୍ଲାସ ଚାଲୁଥିବା ବେଳେ ସେମାନେ ଅଫଲାଇନ୍ ପରୀକ୍ଷା ଦେବେ ବୋଲି ଜଣାଯାଇଛି। ଅପରପକ୍ଷେ, ଏବେ ନବମ, ଦଶମ, ଏକାଦଶ, ଦ୍ୱାଦଶ କ୍ଲାସ ରୁମ୍ ଚାଲିଛି। ପିଲାମାନେ ଅଫ୍ଲାଇନ୍ରେ ପାଠ ପଢ଼ିଛନ୍ତି। ତେଣୁ ଅଫଲାଇନ୍ ପରୀକ୍ଷା ଦେବାରେ କିଛି ଅସୁବିଧା ନାହିଁ। ସିବିଏସ୍ଇ ଏପ୍ରିଲରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ କରିବାକୁ ଘୋଷଣା କରି ସାରିଥିବା ବେଳେ ରାଜ୍ୟ ସରକାର ଏ ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାନ୍ତି। ଏପ୍ରିଲରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ସ୍କୁଲ ଖୋଲାଯାଇପାରିବ ନାହିଁ। ଜୁନ୍ ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ମନ୍ତ୍ରୀ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0