ବାଲେଶ୍ୱର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ – ଡିଆରଡିଓ ପକ୍ଷରୁ ଆଜି ଓଡିଶା ଉପକୂଳ ଅବଦୁଲ କାଲାମ ଦ୍ୱୀପ ୪ ନମ୍ବର ଲଞ୍ଚ ପ୍ୟାଡ଼ରୁ ଆଜି ପ୍ରଳୟ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି | ଆଜି ସକାଳ ୧୦.୨୦ ମିନିଟ ସମୟରେ ଏହାର ପରୀକ୍ଷଣ କରାଯାଇଥିଲା | ଯାହା ସମ୍ପୂର୍ଣ୍ଣ ସଫଳ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି | ଭାରତର ପ୍ରତିରକ୍ଷା ବିଭାଗ ବିକଶିତ ଯୁଦ୍ଧକ୍ଷେତ୍ର ବ୍ୟବହାର ପାଇଁ ପ୍ରଳୟ ହେଉଛି ଏକ କଠିନ-ଇନ୍ଧନ ଭୂପୃଷ୍ଠରୁ ସର୍ଟ-ରେଞ୍ଜ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର |
ମାର୍ଚ୍ଚ ୨୦୧୫ରେ ୩୩୨.୮୮ କୋଟି ବଜେଟ୍ ସହିତ ‘ପ୍ରଳୟ’ ବିକାଶ ପାଇଁ ପ୍ରକଳ୍ପ ଅନୁମୋଦନ କରାଯାଇଥିଲା | ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମିସାଇଲର ଓଜନ ୫ ଟନ ହୋଇଥିବାବେଳେ ଏହା ୫୦୦-୧୦୦୦ କିଲୋଗ୍ରାମ ଯୁଦ୍ଧାସ୍ତ୍ର ବହନ କରିପାରିବ କ୍ଷମତା ରଖିଛି ଏବଂ ଏହା ୩୫୦-୫୦୦ କିଲୋମିଟର ମଧ୍ୟରେ ଲକ୍ଷ୍ୟଭେଦ କରିପାରିବ | ଏହି ପରୀକ୍ଷା ସମୟରେ ବହୁ ବୈଜ୍ଞାନିକ ଉପସ୍ଥିତ ଥିଲେ



Visitors Today : 0
Total Visitors : 130166
Total Views : 9891611
Visitors Online Now : 0