ସମ୍ବଲପୁର: ଟ୍ୟୁସନ ଛାତ୍ରୀଙ୍କୁ ଅପହରଣ କରିବା ମାମଲାରେ ଧରା ପଡିଛନ୍ତି ଅଭିଯୁକ୍ତ ସାର୍ । ସମ୍ବଲପୁର ଅଇଁଠାପାଲିରୁ ପୋଲିସ ତାଙ୍କୁ ଗିରଫ କରିଛି । ଟ୍ୟୁସନ ସାର ଗୋପାଳକୃଷ୍ଣ ବର୍ତ୍ତିଆଙ୍କୁ ପୋଲିସ ଗିରଫ କରିବା ସହ ୨ ଛାତ୍ରୀଙ୍କୁ ଉଦ୍ଧାର କରିଛି । ଗୋପାଳକୃଷ୍ଣ ୨ ଦିନ ଧରି ୨ ଛାତ୍ରୀଙ୍କୁ ନେଇ କେଉଁ ଆଡେ ଫେରାର୍ ହୋଇଯାଇଥିଲେ। ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଛାତ୍ରୀଙ୍କ କୌଣସି ପତ୍ତା ମିଳିନଥିଲା । ଫଳରେ ବାଧ୍ୟହୋଇ ଗତକାଲି(ମଙ୍ଗଳବାର) ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ପୁଲିସ ଖାନତଲାସି କରି ଟ୍ୟୁସନ ସାରଙ୍କୁ ସମ୍ବଲପୁରରୁ ଗିରଫ କରିବା ସହ ୨ ଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0