spot_img

ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଚିଠି ଲେଖାଯାଇଛି । ୧୪ ଫନି ପ୍ରଭାବିତ ଜିଲ୍ଲାରେ ୭ ଲକ୍ଷ ୮୭ ହଜାର କ୍ଷତିଗ୍ରସ୍ତ ଘର ଚିହ୍ନଟ ହୋଇଛି । କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଏହି ଚିଠି ଲେଖାଯାଇଛି । ଏହା ଦ୍ୱାରା ବାତ୍ୟା କ୍ଷତିଗ୍ରସ୍ତଙ୍କୁ ନିରାପଦ ଘର ମିଳିପାରିବ । ଫନି କ୍ଷତିଗ୍ରସ୍ତ ହୋଇନଥିବା ୧୬ ଜିଲ୍ଲାରୁ ୬ଲକ୍ଷ ୭ହଜାର ଘର ଚିହ୍ନଟ ହୋଇଛି । ଏହି ୬ଲକ୍ଷ ୭ହଜାର ହିତାଧିକାରୀମାନେ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଯୋଗ୍ୟ ହିତାଧିକାରୀଙ୍କୁ ଜିଓ ଟ୍ୟାଗ ଦ୍ୱାରା ଚିହ୍ନଟ କରାଯାଉ । ଜିଓ ଟ୍ୟାଗ ପାଇଁ ମୋବାଇଲ ଆପ, ଆବାସ ୱିଣ୍ଡୋ ଖୋଲିବାକୁ ଦାବି କରିଛନ୍ତି ନବୀନ ପଟ୍ଟନାୟକ । ଏହାଦ୍ୱାରା ଫନି ପ୍ରଭାବିତ ଅଞ୍ଚଳରେ ଲୋକେ ଆବେଦନ କରିପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular