spot_img

ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମର୍ଥନ କଲେ ଗାଭାସ୍କର

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ପରାସ୍ତ ସତ୍ତ୍ୱେ ଦଳର ବ୍ୟାଟ୍ସମ୍ୟାନ ମାନଙ୍କୁ ସମର୍ଥନ ଜଣାଇଛନ୍ତି ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର । ତେବେ ଗାଭାସ୍କରଙ୍କ କହିବା ଅନୁସାରେ, ଘରୋଇ ଅଷ୍ଟ୍ରେଲିଆ ଦଳର ବୋଲରମାନେ ଉଚ୍ଚକୋଟୀର ବୋଲିଂ କରିଥିଲେ । ଯାହଫଳରେ ଭାରତୀୟ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଯାଇଥିôଲା । ତେଣୁ ଭାରତୀୟ ବ୍ୟାଟ୍ସମାନଙ୍କୁ ସମାଲୋଚନା କରିବା ଠିକ ନୁହେଁ ବୋଲି ଗାଭାସ୍କର କହିଛନ୍ତି । ଅନ୍ୟପଟେ ଅଷ୍ଟ୍ରେଲିଆ ଦଳର ୩ ଷ୍ଟାର ବୋଲର ଯଥାକ୍ରମେ ଜୋସ ହାଜେଲଉଡ, ପ୍ୟାଟ କୁମିନ୍ସ ଓ ମିଚେଲ ଷ୍ଟାର୍କ ଚମକ୍ରାର ବୋଲିଂ କରିଥିଲେ । ତେବେ ଏଭଳି ବୋଲିଂରେ ଯେକୌଣସି ଦଳର ବ୍ୟାଟିଂ ବିପର୍ଯ୍ୟୟ ହେବା ସୁନିଶ୍ଚିତ ବୋଲି ଗାଭାସ୍କର ଉଲ୍ଲେଖକରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular