ଭୁବନେଶ୍ୱର : ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ ପାଇଁ ୪ ସପ୍ତାହର ସମୟ ଦେଇଛନ୍ତି ସୁପ୍ରିମ୍ କୋର୍ଟ। ଏହି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ପରୀର ମା’ ସୌଦାମିନୀ ସାହୁ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମ୍ କୋର୍ଟ ପରୀର ମା’ ସୌଦାମିନୀଙ୍କ ନିବେଦନ ରକ୍ଷା କରି ରାଜ୍ୟ ସରକାରଙ୍କୁ ୪ ସପ୍ତାହର ମହଲତ ଦେଇଛନ୍ତି। ଏହି ଚାରି ସପ୍ତାହ ମଧ୍ୟରେ ରାଜ୍ୟ ସରକାର ପରୀ ମାମଲାର ସମସ୍ତ ତଥ୍ୟ ଦେବେ।
ଏହା ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କରିଥିଲେ ସୁପ୍ରିମକୋର୍ଟ। ପରୀର ମା’ ସୌଦାମିନୀଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ନୋଟିସ୍ କରିଥିଲେ। ୬ ମାସ ତଳେ ୫ ବର୍ଷର କୁନି ଝିଅ ପରୀକୁ ହତ୍ୟା କରାଯାଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମା’ ଅଭିଯୋଗ କରିଥିଲେ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0