spot_img

କାର୍ଯ୍ୟରୁ ଅବ୍ୟାହତି ନେଲେ ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ର

ନୂଆଦିଲ୍ଲୀ : ଗୁରୁବାର ସୁପ୍ରିମକୋର୍ଟର ବିଚାରପତି ଅରୁଣ କୁମାର ମିଶ୍ର ତାଙ୍କ ପଦରୁ ଅବସର ଗ୍ରହଣ କରିଛନ୍ତି । ଜଷ୍ଟିସ୍ ମିଶ୍ର ୨୦୧୪ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସୁପ୍ରିମରୋର୍ଟ ପରମ୍ପରା ଅନୁଯାୟୀ ଆଜି ତାଙ୍କ କାର୍ଯ୍ୟକାଳର ଶେଷ ଦିବସ ଥିଲା । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପରେ ପ୍ରଧାନ ବିଚାରପତି ଏସ୍ ଏ ବୋବଡେ ଜଷ୍ଟିସ୍ ମିଶ୍ରଙ୍କ କାର୍ଯ୍ୟକାଳ ବିଷୟରେ ସଂକ୍ଷିପ୍ତ ଆଲୋଚନା କରିଥିଲେ । ସେ କହିଥିଲେ, ଜଷ୍ଟିସ୍ ମିଶ୍ର ସବୁ ପ୍ରତିକୂଳ ପରିସ୍ଥିତିରେ ବି ସାହସ, ନିଷ୍ଠା ଏବଂ ଏକାଗ୍ରତାର ସହ ତାଙ୍କ କାର୍ଯ୍ୟ ସମ୍ପାଦନ କରିଛନ୍ତି । ସେ ତାଙ୍କ କର୍ତ୍ତବ୍ୟ ସମ୍ପୂର୍ଣ୍ଣ ନିଷ୍ଠାର ସହ ସମ୍ପାଦନ କରିଛନ୍ତି । ସବୁ ସହକର୍ମୀଙ୍କ ସହିତ ତାଙ୍କର ସୈାହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଥିଲା । ଏହି ଅବସରରେ ଆଟର୍ଣ୍ଣିଂ ଜେନେରାଲ୍ କେକେ ବେଣୁଗୋପାଳ ଜଷ୍ଟିସ୍ ମିଶ୍ରିଙ୍କୁ ଲୌହ ବିଚାରପତି ଭାବେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଜଷ୍ଟିସ୍ ମିଶ୍ର କହିଛନ୍ତି, ସେ ଯାହା ବି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ସର୍ବୋଚ୍ଚ କ୍ଷମତା ବଳରେ ହିଁ କରିଛନ୍ତି । ବେଳେବେଳେ ମୋର କେତେକ ଆଚରଣ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କଠୋର ହୋଇଥାଏ । କିନ୍ତୁ ଏହାକୁ ନେଇ କେହି ଆଘାତ ଅନୁଭବ କରିବା ଉଚିତ୍ ନୁହେଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular