ରାୟଗଡ଼ା: ରାୟଗଡ଼ା ସହରରେ ଏକ ବୋଲେରୋ ଗାଡ଼ିରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ନିଆଁରେ ପୋଡ଼ି ହୋଇ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗାଡ଼ି ମାଲିକ ବୋଲେରୋର ଯାନ୍ତ୍ରିକ ତ୍ରୁଟି ପାଇଁ ରାୟଗଡ଼ାର ଜୟଶ୍ରୀ ନଗରରେ ଥିବା ଏକ ଗ୍ୟାରେଜକୁ ନେଇଥିଲେ । ତେବେ ଗାଡ଼ିଟି ୱେଲଡିଙ୍ଗ କରିବା ସମୟରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଏପରି ଲାଗିଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0