ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ ୩ଟି କୃଷି ଆଇନର ଶୁଣାଣି ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ତେବେ ଶୁଣାଣି ବେଳେ ପ୍ରଧାନ ବିଚାରପତି ଏସ.ଏ. ବୋବଡେ କହିଥିଲେ, ଆମକୁ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ଏହା ଉପରେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, ସରକାର କୃଷକ ପ୍ରତିନିଧିଙ୍କ ସହିତ ଆଲୋଚନା କରୁଚନ୍ତି। ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ କହିଥିଲେ, ଆମର ଆଶା ରହିଛି ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ହୋଇଯିବ। ଏହା ପରେ ପ୍ରଧାନ ବିଚାରପତି କହିଥିଲେ, ଆମେ ଏହା ଜାଣିଛୁ ଏବଂ ଚାହୁଁଛୁ ଯେ କଥାବାର୍ତ୍ତା ଆଗକୁ ବଢ଼ୁ। ସଲିସିଟର ଜେନେରାଲ ଆହୁରି କହିଥିଲେ ଯେ, କୋର୍ଟରେ ଏହି ମାମଲାର ଶୁଣାଣି ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ଏବେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଛି। ଏହା ଉପରେ ପ୍ରଧାନ ବିଚାରପତି କହିଥିଲେ ଯେ, ଆମେ ସୋମବାର ଏହି ମାମଲା ଉପରେ ଶୁଣାଣି କରିବା। ଯଦି କଥାବାର୍ତ୍ତା ସକାରାତ୍ମକ ଥିବ ତେବେ ଶୁଣାଣିକୁ ସ୍ଥଗିତ ରଖିବା।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0