ଆବୁଧାବି: ଚଳିତ ବର୍ଷ ଆଇପିଏଲର ୧୩ତମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସଙ୍କ ମଧ୍ୟରେ ଆଜି କଡ଼ା ଟକ୍କର ହେବାକୁ ଯାଉଛି । ଉଭୟ ଦଳ ଆଜିର ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ନିଜ ସ୍ଥାନ ସୁଦୃଢ କରିବା ପାଇଁ ଚେଷ୍ଟା କରିବେ । ତେବେ ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ମୁମ୍ବାଇ ଇଣ୍ଡିଆନ୍ସ ୫ଟି ମ୍ୟାଚ ଖେଳି ତିନୋଟି ମ୍ୟାଚ ଜିତିଛି । ସେହିପରି ଷ୍ଟିଭ ସ୍ମିଥଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସ ୪ଟି ମ୍ୟାଚ ଖେଳି ଦୁଇଟି ମ୍ୟାଚ ଜିତିପାରିଛି । ତେବେ ଆଜିର ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଶୀର୍ଷରେ ପହଁଞ୍ଚିବା ଲକ୍ଷରେ ପଡ଼ିଆକୁ ଓହ୍ଲାଇବ ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଦଳରେ ବିସ୍ଫୋରକ ବ୍ୟାଟସମ୍ୟାନ ହିସାବରେ ହାର୍ଦ୍ଦିକ ପାଣ୍ଡ୍ୟା, ସୌରଭ ତିୱାରି, ସୂର୍ଯ୍ୟକୁମାର ଯାଦବ ଚମକ୍ରାର ଫର୍ମରେ ଅଛନ୍ତି । ସେହିପରି ବୋଲିଂରେ ଯଶପ୍ରୀତ ବୁମ୍ରା, ଟେଣ୍ଟ ବୋଲ୍ଟ ଭଳି ବୋଲର ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଯାହା ରାଜସ୍ଥାନ ରୟାଲ୍ସ ସମର୍ଥକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଅନ୍ୟପଟେ ମୁମ୍ବାଇ ଦଳର ବ୍ୟାଟିଂ ଓପନର ମଧ୍ୟ ଭଲ ଫର୍ମରେ ଅଛନ୍ତି । ଯାହାକିି ଆଜିର ମ୍ୟାଚରେ ମୁମ୍ବାଇ ଟିମକୁ ଏକ ବଡ଼ ସ୍କୋର କରିବାରେ ସହାୟକ ହେବ । ସେହିପରି ରାଜସ୍ଥାନ ରୟାଲ୍ସ ଦଳରେ ସ୍ମିଥ, ସଞ୍ଜୁ ସାମସନ ଓ ଅଲରାଉଣ୍ଡର ରାହୁଲ ତେୱତିଆ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଅଛନ୍ତି । ତେବେ ଆଜିର ମ୍ୟାଚରେ ଡ଼େଭିଡ଼ ମିଲର ଓ ରବିନ ଉତ୍ଥପା ଭଲ ପ୍ରଦର୍ଶନ କରିବେ ବୋଲି ଖେଳ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି । ଟିମରେ ଦ୍ରୁତ ବୋଲର ଜୟଦେବ ଉନାଦକତ ଓ ଜେଫ୍ରା ଆର୍ଚର ରହିଛନ୍ତି । ସେହିପରି ଏସ ଗୋପାଲ ଓ ରାହୁଲ ତିୱାତିଆଙ୍କ ଭଳି ପ୍ରମୁଖ ସ୍ଫିନର ଦଳରେ ଅଛନ୍ତି । ଯାହାକି ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ମଧ୍ୟ ଏକ ବଡ଼ ସ୍କୋର କରିବାରେ ସହାୟକ ହେବ । ତେବେ ଉଭୟ ଦଳ ଚମକ୍ରାର ଫର୍ମରେ ଥିବା ବେଳେ ଆଜିର ମ୍ୟାଚ ଚଳିତ ବର୍ଷ ଆଇପିଏଲର ଅନ୍ୟତମ ଆକର୍ଷଣ ହେବାକୁ ଯାଉଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0