spot_img

ପାନୀୟ ଜଳ ବ୍ୟବସ୍ଥାକୁ ନେଇ ସୁରେଶ ରାଇନାଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ସୁରେଶ ରାଇନା ପାନୀୟ ଜଳ ବ୍ୟବସ୍ଥାକୁ ନେଇ ବଡ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ, ଜମ୍ମୁ ଓ ଏନସିଆର ଅନ୍ତର୍ଗତ ୩୪ଟି ସରକାରୀ ସ୍କୁଲଗୁଡିକରେ ସ୍ୱଚ୍ଛତା ଏବଂ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରିବେ ସୁରେଶ ରାଇନା । ତେବେ ନଭେମ୍ବର ୨୭ରେ ତାଙ୍କ ୩୪ତମ ଜନ୍ମଦିବସ ଅବସରରେ ସେ ଜନହିତକର କାର୍ଯ୍ୟ ହାତକୁ ନେବା ଲାଗି ସ୍ଥିର କରିଛନ୍ତି । ଏହା ସହ ତାଙ୍କ ଝିଅଙ୍କ ନାମରେ ଗ୍ରାସିଆ ରାଇନା ଫାଉଣ୍ଡେଶନ ନାମକ ଏକ ଏନଜିଓ ଖୋଲିଛନ୍ତି । ଅନ୍ୟପଟେ ରାଇନା ନେଇଥିବା ୩୪ଟି ସ୍କୁଲରେ ୧୦,୦୦୦ରୁ ଉର୍ଦ୍ଧ ପିଲା ପାଠ ପଢନ୍ତି । ପ୍ରଥମେ ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନତା ପ୍ରତି ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular