ସିଡନୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ୨୦୨୨ର ୧୫ଟି ସ୍ଥାନ ପାଇଁ ଲଢେଇ କରିବେ ୮୬ଟି ଟିମ । ଏହା ଆସନ୍ତା ବର୍ଷ ଏପ୍ରିଲରେ ଆରମ୍ଭ ହେବ ବୋଲି ଅର୍ନ୍ତାତୀୟ କ୍ରିକେଟ ପରିଷଦ ତରଫରୁ ଘୋଷଣା କରାଯାଇଛି । ୪ ପାଦ ବିଶିଷ୍ଟ କ୍ୱାଲିଫାଇଂ ପ୍ରକି୍ରିୟା ଜରିଆରେ ୧୫ଟି ସ୍ଥାନ ବଛାଯିବ । କୋଭିଡ-୧୯ ମହମାରୀ ଯୋଗୁଁ ୫ଟି ଅଞ୍ଚଳରେ ୧୧ଟି ରିଜିଓନାଲ କ୍ୱାଲିଫିକେଶନ ଟୁର୍ଣ୍ଣାମେଣ୍ଟ ୨୦୨୧ ରେ ଅନୁଷ୍ଠିତ ହେବ । ଫିନଲାଣ୍ଡ ପ୍ରଥମ ଥର ଏକ ଆସିସି ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି । ଜାପାନ ମଧ୍ୟ ପ୍ରଥମ ଥର ଏକ ପୁରୁଷ ଟି୨୦ ବିଶ୍ୱକପ୍ କ୍ୱାଲିଫାୟର ଆୟୋଜନ କରିବ । ଆଞ୍ଚଳିକ ସ୍ତରରେ ୬୭ ସହଯୋଗୀ ସଦସ୍ୟ ଅଂଶଗ୍ରହଣ କରିବେ । ଆଫ୍ରିକା ଓ ୟୁରୋପରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟ ଅଧିକ ରହିଥିବାରୁ ଉଭୟ ଅଞ୍ଚଳରେ ସବ୍ ରିଜିଓନାଲ କ୍ୱାଲିଫାୟର୍ସ ହେବ । ଆଫ୍ରିକା , ଆମେରିକା , ଇଏପି ଓ ୟୁରୋପରେ ଗୋଟିଏ ଲେଖାଏଁ ଟପ୍ ଟିଅର ରିଜିଓନାଲ କ୍ୱାଲିଫାୟାର ଏବଂ ଏସିଆରେ ଏ ଓ ବି ରୁ ଦୁଇଟି ୮ ଦଳ ବିଶିଷ୍ଟ ଗ୍ଲୋବାଲ କ୍ୱାଲିଫାୟର୍ସକୁ ଉନ୍ନତୀ ହେବ । ଗ୍ଲୋବାଲ କ୍ୱାଲିଫାୟର୍ସରେ ଉପଲବ୍ଧ ୧୬ଟି ସ୍ଥାନ ଉପଲବ୍ଧ । ଦୁଇଟି ଗ୍ଲୋବାଲ କ୍ୱାଲିଫାୟର୍ସରୁ ଚାରୋଟି ଦଳ ଏବଂ ଆଇସିସି ପୁରୁଷ ଟି୨୦ ବିଶ୍ୱକପ ୨୦୨୧ର ୧୧ଟି ଦଳ ୧୬ଟି ଦଳକୁ ନେଇ ହେବାକୁ ଥିବା ଟି୨୦ ବିଶ୍ୱକପ ୨୦୨୨ ପାଇଁ ଯୋଗ୍ୟତା ଅର୍ଜନ କରିବେ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0