ନୂଆଦିଳ୍ଲୀ: ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ତାଜମହଲ ହେଉଛି ଅନ୍ୟତମ । ମହାମାରୀ କରୋନା ପାଇଁ ଗତ ମାର୍ଚ୍ଚ ୧୭ରୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା ତାଜମହଲ । ଦୀର୍ଘ ୧୮୮ ଦିନ ପରେ ପର୍ଯ୍ୟଟକ ମାନଙ୍କ ପାଇଁ ପୁଣି ଥରେ ଖୋଲିଛି ତାଜମହଲ । କୋଭିଡ଼ କଟକଣା ଭିତରେ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲାଯାଇଛି ତାଜମହଲ । ସମସ୍ତ କରୋନା କଟକଣାକୁ ଦୃଢ ଭାବରେ ପାଳନ କରି ପର୍ଯ୍ୟଟକ ମାନେ ତାଜମହଲ ବୁଲିବାର ସୁଯୋଗ ପାଉଛନ୍ତି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି । ତାଜମହଲ ଟିକେଟ ୱିଣ୍ଡୋ ବନ୍ଦ ରହିଛି । ତେବେ ଏଥିପାଇଁ ପର୍ଯ୍ୟଟକ ମାନଙ୍କୁ ଅନଲାଇନରେ ଟିକଟ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରତିଦିନ ୫ ହଜାର ପର୍ଯ୍ୟଟକମାନଙ୍କୁ ତାଜମହଲର ସମାଧି କୋଠରୀ ଭିତରକୁ ଯିବାକୁ ଅନୁମତି ଦିଆଯାଉଛି । ତାହା ସହିତ ପାର୍କିଂ ଟିକଟ ଏବଂ ଅନ୍ୟାନ୍ୟ ଦେୟ ପାଇଁ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା କରାଯାଇଛି । ତାଜମହଲର ପ୍ରବେଶ ପୂର୍ବରୁ ଥର୍ମାଲ ସ୍କାନିଂ କରାଯାଉଛି । ତାହା ସହିତ ସାମାଜିକ ଦୁରତାକୁ ଦୃଷ୍ଟିରେ ରଖି ଗ୍ରୁପ ଫଟୋ ଉଠାଇବାପାଇଁ ବାରଣ କରାଯାଇଛି । ତେବେ ତାଜମହଲ ଖୋଲିବା ପରେ ପ୍ରଥମ ଟିକଟ ନେଇଛନ୍ତି ଜଣେ ଚୀନ ପର୍ଯ୍ୟଟକ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0