କର୍ମ ଆଗରେ ଫିକା ପଡିଛି କର୍ତ୍ତ୍ୟବ । ତାମିଲନାଡୁରେ ନିଜ ପିତାଙ୍କ ମୃତୃ୍ୟ ପରେ ବି ନିଜ କର୍ତ୍ତବ୍ୟ ରେ ହେଳା କରିନଥିବା ଦେଖିବାକୁ ମିଳିଛି । ଜଣେ ପୋଲିସ ଇନସପେକ୍ଟର ପ୍ୟାରେଡର ନେତୃତ ନେଇଥିଲେ । ନିଜର କର୍ମକୁ ପ୍ରାଥମିକତା ଦେଇ ନିଜର ପରେଡ ଶେଷ କରି ପରେ ଯାଇ ପିତାଙ୍କ ଅନ୍ତିମ ସଂସ୍କାର କରିଥିଲେ । ପଲାଇମକୋଟାୟୀ ଭୋକପଡିଆରେ ସଶସ୍ତ୍ର ରିର୍ଜଭ ପୋଲିସ ଇନସପେକ୍ଟର ଏନ ମହେଶ୍ୱରୀ ନିଜର କୋହକୁ ଚାପି ରଖି ଏବଂ କଲେକ୍ଟର ଶିଳ୍ପା ପ୍ରଭାକର ସତୀଶ ଓ ପୋଲିସ ଅଧ୍ୟକ୍ଷକଙ୍କୁ ଗାର୍ଡ ଅଫ ଅନର ଦେଇ ପରେଡର ଦାୟିତ୍ୱ ନେଇଥିଲେ ।
ଏଥିସହ ପୋଲିସ ବିଭାଗ କହିଛି ଏହା ଅତ୍ୟନ୍ତ ଗର୍ବର କଥା ଯେ ବ୍ୟକ୍ତିଗତ ଭାବନାକୁ ଉର୍ଦ୍ଦରେ ରଖି ସେ ନିଜ କର୍ତ୍ତ୍ୟବ କରିଛନ୍ତି ।ପରେଡ ସମାରୋହରେ ନିଜର ଦୁଖ କାହାକୁ ଜାଣିବାକୁ ଦେଇନଥିଲେ । ଏତିସହ ପୁରା ଦେଶଭକ୍ତି ସହ ଦାୟ୍ିତ୍ୱ ନେଇଥିଲେ । ନିଜର ଡୁ୍ୟଟି ସାରିବା ପରେ ସେ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0