spot_img

ତାଣ୍ଡବର ପୂରା ଟିମ୍ ନାଁରେ ମାମଲା

ଲକ୍ଷ୍ନୌ: ଆମଜନ ପ୍ରାଇମର ନୂଆ ୱେବ ସିରିଜ ତାଣ୍ଡବକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ୱେବ ସିରିଜରେ ହିନ୍ଦୁ ଧର୍ମକୁ ଆଘାତ ଦେବା ଭଳି ଦୃଶ୍ୟ ରହିଥିବା ଅଭିଯୋଗ ହେବା ପରେ ବିବାଦ ଚରମସୀମାରେ ପହଞ୍ଚିଛି। ଏସବୁ ଭିତରେ ଆଜି ଉତ୍ତର ପ୍ରଦେଶ ପୁଲିସ ତାଣ୍ଡବର ପୂରା ଟିମ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି। ଏଥିସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘନିଷ୍ଠ ସହଯୋଗୀ ୱେବ ସିରିଜର ଅଭିନେତା ସୈଫ ଅଲୀ ଖାନ ଓ ନିର୍ଦ୍ଦେଶକଙ୍କୁ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ ବୋଲି ଚେତାବନୀ ଦେଇଛନ୍ତି। ମହାରାଷ୍ଟ୍ର ବିଜେପି ବିଧାୟକ ରାମ କଦମ ପ୍ରଥମେ ୱେବ ସିରିଜରେ ହିନ୍ଦୁ ଧର୍ମରେ ଦେବତାଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ କରିଥିଲେ। ଏହାପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଆମଜନ ପ୍ରାଇମକୁ ଏ ବିଷୟରେ ନୋଟିସ କରି ଜବାବ ତଲବ କରିଛି। କିନ୍ତୁ ଏ ସବୁ ଭିତରେ ସୈଫ ଓ ଡିମ୍ପଲ କପାଡିଆଙ୍କ ଅଭିନୀତି ୱେବ ସିରିଜର ନିର୍ଦ୍ଦେଶକ, ପ୍ରଯୋଜକ, ଲେଖକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଛି। ସେମାନେ ହିନ୍ଦୁ ଧର୍ମର ଭାବନାକୁ ଆଘାତ ପହଞ୍ଚାଇଥିବା ଏଥିରେ କୁହାଯାଇଛି। ଲକ୍ଷ୍ନୌର ହଜରତଗଞ୍ଜ ପୁଲିସ ଷ୍ଟେସନରେ କାର୍ୟ୍ୟରତ ଜଣେ ସବ ଇନସପେକ୍ଟର ଏହି ମାମଲା ରୁଜୁ କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular