ଭାରତର ଷ୍ଟାର ୱିକେଟକିପର ବଲ୍ଲେବାଜ ତାନ୍ୟା ଭାଟ୍ଟିୟା ଦୁନିଆର ଶୀର୍ଷ ୱିକେଟକିପର୍ସମାନଙ୍କ ମଧ୍ୟରୁ ଜଣେ । ୧୯୯୭ ମସିହା ନଭ୍ମେବର ୨୮ରେ ଜନ୍ମଗ୍ରହଣ କରିଥିବା ତାନ୍ୟା ଖୁବ୍ ବୟସରେ କ୍ରିକେଟ୍ ଖେଳିବା ଆରମ୍ଭ କରିଦେଇଥିଲେ । ସୂଚନା ମୁତାବକ ଗତ ୨୦୧୮ରେ ଆନ୍ତର୍ଜାତିକ କ୍ରିକେଟରେ ଡେବ୍ୟୁ କରିଥିବା ୨୨ ବର୍ଷିୟ ତାନ୍ୟାଙ୍କ ରଙ୍ଗରେ ହିଁ କ୍ରିକେଟ ପ୍ରତି ଭଲପାଇବା ଜଣା ପଡିଯାଇଥାଏ । ଛୋଟ ବେଳୁ ହିଁ ତାନ୍ୟା ଏପରି ପରିବେଶରେ ବଢିଛନ୍ତି, ଯେଉଁଠାରେ କ୍ରିକେଟ ବ୍ୟତୀତ ଅନ୍ୟ କିଛି ନାହିଁ । ତାନ୍ୟାଙ୍କ ପିତା ସଂଜୟ ଭାଟ୍ଟିୟା ମଧ୍ୟ ଅଲ୍ ଇଣ୍ଡିଆ ୟୁନିଭରର୍ସିଟି ସ୍ତର ପର୍ଯ୍ୟନ୍ତ ଖେଳିସାରିଛନ୍ତି ।
କେବଳ ଏତିକି ନୁହେଁ ଭାରତୀୟ ୱିକେଟକିପର ବ୍ୟାଟ୍ସ ମ୍ୟାନଙ୍କ ବଡ ଭାଇ ଅଣ୍ଡର ୧୯ କ୍ରିକେଟ ଟିମରେ ନିଜର ସ୍ଥାନ ହାସଲ କରିପାରିଥିଲେ । ସୂଚନା ଅନୁଯାୟୀ ତାନ୍ୟା ଯେତେବେଳେ ଡିଏଭି ସିନିୟର ସେକେଣ୍ଡରୀ ସ୍କୁଲରେ ପଢୁଥିଲେ ସେହି ସମୟରେ ସେ ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହଙ୍କ ଠାରୁ ଟ୍ରେନିଂ ନେଇଥିଲେ ।
ସେହିଭଳି ଫିଟନେସ୍ ମାମଲାରେ ସବୁଠାରୁ ଅଧିକ ସଚେତନ ରହୁଥିବା ତାନ୍ୟା ଡିଏଭି ଏକାଡେମୀ ପରେ ୧୧ ବର୍ଷ ବୟସରେ ଅଣ୍ଡର ୧୯ ସ୍ତରରେ ପଞ୍ଜାବର ପ୍ରତିନିଧିତ୍ୱ କରିଥିଲେ ଏବଂ ଏଥିରେ ସବୁଠାରୁ ଯୁବ ଖେଳାଳୀ ଥିଲେ ତାନ୍ୟା । ୨୦୧୫ ମସିହାରେ ତାନ୍ୟା ଇଣ୍ଟର ଜୋନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ନର୍ଥ ଜୋନ୍ ଅଣ୍ଡର ୧୯ର କ୍ୟାପଟେନ ହୋଇଥିଲେ । ଏଥିରେ ସେ ୨୨୭ ରନ୍ କରିଥିଲେ । ଏହାପରେ ୧୬ ବର୍ଷ ବୟସରେ ଇଣ୍ଡିଆ ଏ ଟିମ୍ ରେ ତାଙ୍କୁ ଚୟନ କରାଯିବା ପରେ ଏଠାରୁ ହିଁ ତାଙ୍କର ଟିମ୍ ଇଣ୍ଡିଆ ପାଇଁ ଯାତ୍ରା ଆରମ୍ଭ ହୋଇଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0