ମୁମ୍ବାଇ ୩।୭: ସିନେମା ଜଗତର ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନଙ୍କର ହୃଦଘାତ ଯୋଗୁଁ ମୁମ୍ବାଇରେ ପରଲୋକ ହୋଇଛି । ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ବାନ୍ଦ୍ରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଫଳରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର କୋଭିଡ୍-୧୯ ଟେଷ୍ଟ ନେଗଟିଭ୍ ଆସିଛି । ମୃତ୍ୟୁ ହବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା ।
ଡାଇବେଟିସ୍ ସହିତ ଅନେକ ସମସ୍ୟା ଯୋଗୁ ଗତ ମାସରୁ ସେ ହସ୍ପିଟାଲରେ ଭର୍ତ୍ତି ହେରଇଥିଲେ। ନିକଟରେ ତାଙ୍କର କୋଭିଡ୍ ଟେଷ୍ଟ୍ ମଧ୍ୟ କରାଯାଇଥିଲା। ତେବେ ରିପୋର୍ଟ ନେଗେଟିଭ୍ ଆସିଥିଲା। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ସ୍ୱାମୀ, ପୁଅ ଓ ଦୁଇ ଝିଅ ଉପସ୍ଥିତ ଥିଲେ।ମାଧୁରୀ ଦିକ୍ଷୀତି ଓ ଶ୍ରୀଦେବୀ ପରି ବହୁ କଳାକାରଙ୍କୁ ଡ୍ୟାନ୍ସ ଶିଖାଇଛନ୍ତି ସରୋଜ।
ମାଧୁରୀ ଦୀକ୍ଷିତଙ୍କ ଡ୍ୟାନ୍ସ ଜଲଓ୍ଵା ପଛରେ ରହିଥିବା ସରୋଜଙ୍କ ହାତ। ପ୍ରାୟ ୨୦୦ରୁ ଅଧିକ ଫିଲ୍ମ ପାଇଁ ସେ କୋରିଓଗ୍ରାଫି କରିଛନ୍ତି। ୧୯୮୬ ମସିହାରୁ ଆରମ୍ଭ କରି ୨୦୧୯ ଯାଏଁ ବଲିଉଡରେ ସେ ହଜାରରୁ ଅଧିକ ଗୀତର କୋରିଓଗ୍ରାଫି କରିଛନ୍ତି।
ତେବେ ସେ ବେଷ୍ଟ୍ କୋରିଓଗ୍ରାଫି ପାଇଁ ସେ ୩ ଥର ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ପାଇଥିଲେ। ସେହିପରି ତାମିଲ ଫିଲ୍ମ ‘ଶ୍ରୀଙ୍ଗାରମ୍’ର ସବୁ ଗୀତ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ସରୋଜ୍ ଖାନ୍ ବେଷ୍ଟ୍ କୋରିଓଗ୍ରାଫର ଭାବେ ୮ଟି ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ‘ତେଜାବ୍’, ‘ଚାଲ୍ବାଜ୍’, ‘ସୈଲାବ’, ‘ବେଟା’, ‘ଖଲ୍ନାୟକ୍’, ‘ହମ୍ ଦିଲ୍ ଦେ ଚୁକେ ସନମ୍’, ‘ଦେବ୍ଦାସ୍’ ଓ ‘ଗୁରୁ’ ଫିଲ୍ମ ପାଇଁ ସେ ଏହି ପୁରସ୍କାର ପାଇଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0