spot_img

ଖୋଲିଲା ଘଟଗାଁ ମା’ ତାରିଣୀ ମନ୍ଦିର

ଘଟଗାଁ: ଆଜି ସକାଳୁ ଘଟଗାଁସ୍ଥିତ ପ୍ରସିଦ୍ଧ ମା’ ତାରିଣୀଙ୍କ ମନ୍ଦିର ଦ୍ବାର ଭକ୍ତଙ୍କ ପାଇଁ ଖୋଲିଛି। ଦୀର୍ଘ ୧୦ ମାସ ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲିଥିବାରୁ ଫାଟକ ବାହାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଛି। ମା’ଙ୍କ ବଡ଼ସିଂହାର ଓ ମଙ୍ଗଳ ଆଳତି ପରେ ସେବାୟତଙ୍କ ପରିବାର ପ୍ରଥମେ ଦର୍ଶନ କରିଥିଲେ। ସକାଳ ୯ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଏଥିପାଇଁ ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବ୍ୟାରିକେଡ କରାଯାଇ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି। ଟ୍ରଷ୍ଟବୋର୍ଡ କର୍ମକର୍ତ୍ତା ଓ ପ୍ରଶାସନିକ ଅଧିକାରୀମାନେ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ଗତକାଲି ସନ୍ଧ୍ୟାରେ ଘଟଗାଁ ଅଗ୍ନିଶମ ବାହିନୀଙ୍କ ଦ୍ବାରା ମନ୍ଦିର ବେଢ଼ା ପରିସର ଓ ସମ୍ମୁଖ ରାସ୍ତାକୁ ବିଶୋଧନ କରାଯାଇଥିଲା। ଧାଡ଼ି ଦର୍ଶନ ପାଇଁ ବ୍ୟାରିକେଡ କରାଯାଇଥିବା ବେଳେ ଅସ୍ଥାୟୀ ମୋବାଇଲ ଲକର ଓ ଜୋତା ଷ୍ଟାଣ୍ଡ କରାଯାଇଛି। ପରେ ଟ୍ରଷ୍ଟବୋର୍ଡ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପରିସରକୁ ରଙ୍ଗ କରାଯିବା ସହ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular