ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି ଠାରେ ଆଜି ସକାଳ ପ୍ରାୟ ୭ଟା ସମୟରେ କୋଇଲା ବୋଝେଇ ପାଇଁ ଯାଉଥିବା ଏକ ଟ୍ରଲର ଏବଂ ଏକ ବୋଲେରୋ ମଧ୍ୟରେ ଧକ୍କା ହୋଇଛି। ଏହାଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ ବୋଲେରୋ ଥିବା ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।ସୂଚନାରୁ ପ୍ରକାଶ ଯେ ଗମ୍ଭାରିଡିହି ଗ୍ରାମରୁ ଏକ ବୋଲେରୋ ଗ୍ରାମରେ ପାଲା ପରିବେଷଣ କରିସାରିଥିବା ଏକ ପାଲା ଦଳକୁ ନେଇ ସୁନ୍ଦରଗଡ଼କୁ ଯାଉଥିବା ବେଳେ ଟାଙ୍ଗରପାଲି ଠାରେ ଏହି ଦୁର୍ଘଟଣା ଘଟିଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0