ନୂଆଦିଲ୍ଲୀ: ସାରା ଦେଶରେ ଏବେ ପାର୍ବଣ ରୁତୁ ଚାଲିଛି । ତେବେ ଯାତ୍ରୀମାନଙ୍କ ଭିଡକୁ ଦେଖି ଆଇଆରସିଟିସି ପୁଣିଥରେ ତେଜସ ଏକ୍ସପ୍ରେସ ଟ୍ରେନର ଚଳାଚଳ ଆରମ୍ଭ କରିଛି । କୋଭିଡ-୧୯ ନିୟମାବଳୀକୁ ପାଳନ କରି ଯାତ୍ରୀ ମାନଙ୍କର ଯାତାୟତ କରାଯିବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ସାମାଜିକ ଦ୍ୱରତ୍ୱ ନିୟମ ଅନୁସରଣ କରାଯାଇ ଦୁଇ ଯାତ୍ରୀଙ୍କ ମଧ୍ୟରେ ଗୋଟିଏ ଲେଖାଏଁ ସିଟ୍ ଖାଲି ରଖାଯିବ। ଥରେ ସିଟରେ ବସିବା ପରେ ଯାତ୍ରୀମାନେ ସେମାନଙ୍କ ସିଟ୍ ବଦଳାଇ ପାରିବେ ନାହିଁ। ଯାତ୍ରୀ ଓ କର୍ମଚାରୀମାନଙ୍କ ପାଇଁ ମାସ୍କ ପିନ୍ଧିବା ଅନିବାର୍ୟ୍ୟ କରାଯାଇଛି। ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ ଏବଂ ଆବଶ୍ୟକ ପଡିଲେ ତାକୁ ଦେଖାଇବା ପାଇଁ କୁହାଯାଇଛି। ପ୍ରତ୍ୟେକ ଯାତ୍ରୀଙ୍କୁ ଗୋଟିଏ ଲେଖାଏଁ କୋଭିଡ୍-୧୯ ସୁରକ୍ଷା କିଟ୍ ଯୋଗାଇ ଦିଆଯିବ ଯେଉଁଥିରେ ଗୋଟିଏ ହାଣ୍ଡ ସାନିଟାଇଜର୍ ବୋତଲ୍, ମାସ୍କ, ଫେସ୍ସିଲ୍ଡ୍, ଓ ଏକଯୋଡା ଗ୍ଲୋବସ୍ ରହିବ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0