ନୂଆଦିଲ୍ଲୀ: ଆସନ୍ତା ମାସ ୨୮ ତାରିଖରୁ ଭାରତ-ବାଲାଂଦେଶ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଏନେଇ ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ତିନୋଟି ବାଂଲାଦେଶୀ ଏୟାରଲାଇନସ୍ ବିମାନ ବାଂଲାଦେଶ, ୟୁଏସ୍ ବାଂଲା ଏୟାରଲାଇନସ୍ ଓ ନୋଭୋ ଏୟାର୍ ପ୍ରଥମ ପର୍ୟାୟରେ ଭାରତକୁ ସାପ୍ତାହିକ ୨୮ଟି ଉଡାଣ କରିବ। ସେହିପରି ୫ଟି ଭାରତୀୟ ବିମାନ ସେବାସଂସ୍ଥା ଏୟାର୍ ଇଣ୍ଡିଆ, ଭିସ୍ତାରା, ଇଣ୍ଡିଗୋ, ସ୍ପାଇସ୍ ଜେଟ ଓ ଗୋଏୟାର୍ ପକ୍ଷରୁ ମଧ୍ୟ ଦୁଇ ଦେଶ ମଧ୍ୟରେ ସପ୍ତାହରେ ୨୮ଟି ବିମାନ ଉଡାଣ କରିବ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0