spot_img

ଶ୍ରୀଲଙ୍କାକୁ ମାତ ଦେଇ ସିରିଜକୁ ନିଜ ନାମରେ କଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଶେଷ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟ ହୋଇଛି । ଏଥିରେ ଦକ୍ଷିଣ ଆଫ୍ରିକା ୧୦ ୱିକେଟରେ ବିଜୟ ଲାଭ କରିବା ସହ ସିରିଜକୁ ୨-୦ରେ ଜିତିବାରେ ସକ୍ଷମ ହୋଇଛି । ତେବେ ୧୫୦/୪ ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋରକୁ ଖେଳ ଆରମ୍ଭ କରିଥିବା ଶ୍ରୀଲଙ୍କାକୁ ଦକ୍ଷିଣ ଆଫ୍ରିକା ୨୧୧ ରନରେ ଅଲଆଉଟ କରିଦେଇଥିଲା । ପୂର୍ବଦିନରୁ ୯୧ ରନ କରି ଅପ ରାଜିତ ରହିଥିବା ଅଧିନାୟକ ଦିମୁଥ କରୁଣାରନେତ ଶତକ ହାସଲ କରିଥିଲେ ମଧ୍ୟ ୫ ଓଭର ଭିତରେ ସେ ଅଲଆଉଟ ହୋଇଯାଇଥିଲେ । ଅନ୍ୟପଟେ ଶ୍ରୀଲଙ୍କା ବାକି ୫ ୱିକେଟକୁ ମାତ୍ର ୩୫ ରନରେ ହରାଇଥିଲା । ଏହା ସହ ମ୍ୟାଚକୁ ହାରିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular