ଯାଜପୁର: ଅସହାୟ ପରିବାରକୁ ସହାୟତାର ହାତ ବଢାଇଲା ଆଚ୍ଛା ସଂଗଠନ । ବଟକୃଷ୍ଣଙ୍କ ଗଳା କର୍କଟ ରୋଗରେ ଦେହାନ୍ତ ହେବା ପରେ ତାଙ୍କ ପରିବାର ମ୍ରିୟମାଣ ହୋଇପଡ଼ିଥିଲା । କାରଣ ବଟକୃଷ୍ଣଙ୍କ ପୁଅ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇଲା ପରେ ପରିବାରର ଏକମାତ୍ର ରୋଜଗାରିଆ ଥିଲେ ବଟକୃଷ୍ଣ । ସବୁଠାରୁ ବଡ଼ କଥା ହେଲା ସେ ଜଣେ ପରୋପକାରୀ ଓ ମେଳାପି ଲୋକ ଥିଲେ । ସେଥିପାଇଁ ସାରା ଗାଁ ଓ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଠିକ୍ ଏହି ସମୟରେ ପରିବାରକୁ ସହାୟତାର ହାତ ବଢାଇଛନ୍ତି ଆଚ୍ଛା ସଂଗଠନର ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ସମେତ ଅନ୍ୟ କର୍ମ କର୍ତାମାନେ । ଯାହାକୁ ନେଇ ବଟକୃଷ୍ଣଙ୍କ ପରିବାର ବର୍ଗ ଓ ସ୍ଥାନୀୟ ବୁଦ୍ଧି ଜୀବି ଆଚ୍ଛା ସଂଗଠନର ପ୍ରସଂଶା କରିଛନ୍ତି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0