ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଭୋଗରାଇର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱର ଙ୍କ ଆଜି ହେଉଛି ଚଡକ ମେଳାର ଅନ୍ତିମ ପର୍ଵ । ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଚଳିତ ବର୍ଷ କୋରନା ଯୋଗୁଁ ଶୈବପୀଠ ଖାଁ ଖାଁ ହୋଇପଡିଛି । ଶ୍ରୀବେକଡୀ, ଦେଉଳିଆ, ସେବାୟତ, ବାଦ୍ୟକାର ଉପସ୍ଥିତ ରହି ଏହି ମେଳା ଶେଷ କରିଛନ୍ତି ।
ତେବେ କିମ୍ବଦନ୍ତୀ ରହିଛି ବାବା ଚନ୍ଦନେଶ୍ୱର ଙ୍କ ଶୈବପୀଠରେ ୧୪ ଦିନ ଉପବିତ ରହି ପଇତା ଧାରଣ କଲେ ମାନସିକ ପୂରଣ ହୋଇଥାଏ । ତେବେ ଉପବିତ ଧାରୀ ମାନେ ଆଜିର ତିଥିରେ ହାକାଣ୍ଡ ପୋଖରୀ ରୁ ଅନ୍ତିମ ଅର୍ଘ୍ୟ ଦାନ କରିଛନ୍ତି । ପରସ୍ପର କୁ ଚନ୍ଦନ ଓ ମାଳା ପିନ୍ଧାଇବା ସହ ନିଜ ଦେହରେ ମୁନିଆ ଲୁହା କଣ୍ଟା ଫୋଡି ମନ୍ଦିର କୁ ଆସି ଶେଷରେ ସେମାନଙ୍କ ବ୍ରତ ଭଙ୍ଗ କରିଛନ୍ତି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0