କଟକ ଜିଲ୍ଲା ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀର ବନ୍ୟାଜଳ।ମହାନଦୀର ଉପର ମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମ ରୁ ଜଳ ନିଷ୍କାସିତ ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି। ଜଳସ୍ତର ବୃଦ୍ଧି ହେତୁ ଆଜି ମନ୍ଦିର ବେଢା ଦେଇ ମୁଖ୍ୟଦ୍ୱାର ପର୍ୟ୍ୟନ୍ତ ଆସିଛି ବନ୍ୟା ଜଳ। ମହାନଦୀର ବନ୍ୟାଜଳ ଯଦିଓ ମାଙ୍କ ମନ୍ଦିର ଛୁଇଁଛି ତଥାପି ମାଙ୍କୁ ଜଳାସାୟୀ କରିପାରିନି। ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମାଙ୍କ ମନ୍ଦିର ପାଖରେ ଥିବା ରତ୍ନଗିରି ପାହାଡରେ ଥିବା ମାଆଙ୍କର ଅନ୍ୟ ଏକ ଗମ୍ଭୀରା କୁ ମାଙ୍କୁ ସ୍ଥାନାନ୍ତର କରାଯିବ।ସେଥିପାଇଁ ମାଙ୍କ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି।ମନ୍ଦିରରେ ମାଆଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0