ସୋସିଆଲ ମିଡିଆରେ ନିଜର ଦୃଷ୍ଟିକୋଣକୁ ପ୍ରକାଶ କରିବା ଏବଂ ଏହାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସବୁଠାରୁ ସହଜ ଉପାୟ ହୋଇପାରିଛି, ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ ବଡ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ଅଟନ୍ତି। ଦଙ୍ଗଲ ଗାର୍ଲ ଫାତିମା ମଧ୍ୟ କିଛି ଏଭଳି ଇଣ୍ଡଷ୍ଟ୍ରୀ ବିଷୟରେ କହିଛନ୍ତି , ଯାହା ତାଙ୍କ ସହ ଘଟିତିଲା ସେ କେବେ ଖୁଲାସା କରି ନଥିଲେ । ହେଲେ ସେ ଏକ ସାକ୍ଷାତକାରରେ କହିଛନ୍ତି । ଫିଲ୍ମ ଦଙ୍ଗଲ ପୂର୍ବରୁ ସେ ବଲିଉଡରେ ଶିଶୁ କଳାକାର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଯଦି ତୁମେ କାମ ଚାହୁଁଛ, ତେବେ ତୁମକୁ ଶାରୀରିକ ସମ୍ପର୍କ ରଖିବାକୁ ପଡିବ ବୋଲି ସେ କହିଛନ୍ତି | ଫାତିମା ସାନା ଶେଖ କିଛି ସମୟ ପାଇଁ ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଥିଲେ, ଅଭିନେତ୍ରୀଙ୍କ ଏହି ନିଷ୍ପତ୍ତି ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା, ଅନେକ ଫ୍ୟାନ୍ସ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି କାରଣ ପ୍ରତ୍ୟେକଙ୍କର ଅଧିକାର ଅଛି ସେମାନଙ୍କ ଜୀବନରେ ସମ୍ପୂର୍ଣ୍ଣ ସ୍ୱାଧୀନତା ଉପରେ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0