spot_img

ଓଡିଶା ହାଇକୋର୍ଟକୁ ଆସିବେ ୪ ବିଚାରପତି

ଓଡ଼ିଶା ହାଇକୋର୍ଟର ୪ ଜଣ ନୂଆ ବିଚାରପତି । ୪ ଜଣଙ୍କ ନାଁକୁ ସୁପ୍ରିମକୋର୍ଟ କଲେଜିୟମର ମଞ୍ଜୁରୀ ମିଳିଛି । ୨ ଜଣ ବାରରୁ ଓ ଅନ୍ୟ ଦୁଇଜଣ ଜୁଡିସିଆଲ ଅଫିସର ହେବେ ବିଚାରପତି । ଏନେଇ ସୁପ୍ରିମକୋର୍ଟ କଲେଜିୟମରୁ ମଞ୍ଜୁରୀ ମିଳିଛି । ଜୁଡିସିଆଲ ଅଫିସର ରାଧାକାନ୍ତ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ବିଚାରପତିି ହେବେ । ସେହିଭଳି ଆଇନଜୀବୀ ଆଦିତ୍ୟ ମହାପାତ୍ର ଓ ମୃଗାଙ୍କ ଶେଖର ସାହୁ ମଧ୍ୟ ହାଇକୋର୍ଟର ଜଜ୍ ହେବେ । ସେପ୍ଟେ୍ମ୍ବର ୨୯ରେ ହୋଇଥିବା ବୈଠକରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇଁ ପ୍ରସ୍ତାବିତ ବ୍ୟକ୍ତିମାନଙ୍କ ତାଲିକାକୁ ଅନୁମୋଦନ କରିଥିଲେ । ଓଡ଼ିଶା ହାଇକୋର୍ଟରେ ବର୍ତ୍ତମାନ ୧୩ ଜଣ ବିଚାରପତି ଅଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular