କୋଭିଡ କଟକଣା ଭିତରେ ଚାଲିବ ବିଧାନସଭା। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଧାନସଭା ସଦସ୍ୟ ମାନେ ଗୃହରେ ବସିବା ସହ ବାଚସ୍ପତି ଗ୍ୟାଲେରୀ, ପବ୍ଲିକ ଗ୍ୟାଲେରୀ, ଲୋକସେବା ଭବନରୁ ଯୋଗ ଦେଇପାରିବେ। ସମସ୍ତ ବିଧାୟକ, ବିଧାୟିକା, କର୍ମଚାରୀ, ପିଏସଓ ଡ୍ରାଇଭରଙ୍କ ସହ ବିଧାନସଭା ଆସିବାକୁ ଥିବା ସମସ୍ତଙ୍କର ଟେଷ୍ଟ କରାଯିବ। ଆସନ୍ତା ୨୮, ୨୯, ୩୦ ତାରିଖରେ ସମସ୍ତଙ୍କର ଟେଷ୍ଟ କରାଯିବ। ଆଣ୍ଟିବଡି ଓ କୋଭିଡ ଟେଷ୍ଟ କରାଯିବ। ସ୍ୱାସ୍ଥ୍ୟ ବିଭାଗର ସଚିବ- ଅଧିକାରୀ ଓ ବିଏମସି ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ସବୁ ଦିନ ବିଧାନସଭାକୁ ବିଶୋଧନ କରାଯିବ। ତେବେ ବିଧାନସଭା କେତେ ସମୟ ଚାଲିବ । ସେନେଇ ୨୯ ତାରିଖ ହେବାକୁ ଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେବ ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0