ଆମେରିକାର ଏବଂ ସାଉଦି ଆରବ ମଧ୍ୟରେ ଏବେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଆଶୋଧିତ ତୈଳ କାରବାରକୁ ନେଇ ଦୁଇ ଦେଶ ମଧ୍ୟରେ ଶତ୍ରୁତା ହୋଇଥିବା ଜଣାପଡ଼ିଛି । କରୋନା ମହାମାରୀ ମଧ୍ୟରେ ତୈଳ ଉତ୍ପାଦନକାରୀ ଦେଶ ଗୁଡ଼ିକ ଉତ୍ପାଦନକୁ ନେଇ ବିଭିନ୍ନ ରଣନୀତି ପ୍ରସ୍ତୁତ କରିଛନ୍ତି । କିନ୍ତୁ ଏହାକୁ ନେଇ ଆମେରିକାର ସ୍ଥିତି ବିଗିଡ଼ି ଯାଇଛି । ଆମେରିକା ପ୍ରଶାସନ ବାରମ୍ୱାର ନିବେଦନ କରିବା ସତ୍ତ୍ୱେ ସାଉଦିର କ୍ରାଉନ୍ ପ୍ରିନ୍ସ ନିଜ ଜିଦ୍ରେ ଅଟଳ ଅଛନ୍ତି । ଗତ ଦେଢ଼ ବର୍ଷ ଧରି ତୈଳ ଉତ୍ପାଦନକାରୀ ଦେଶ ସଂଗଠନ (ଓପିଟିସିସି) ଏବଂ ଋଷ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା । ଏହି ଚୁକ୍ତିନାମା ଅନୁଯାୟୀ, କରୋନା ମହାମାରୀ ହେତୁ ତେଲର ଚାହିଦା ହ୍ରାସ ପାଇଛି ଏବଂ ତେଲର ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଯାହାପରେ ଏହି ଦେଶଗୁଡ଼ିକ ତୈଳ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଆମେରିକା ପେଟ୍ରୋଲ୍ ଦାମ୍ ହ୍ରାସ କରିବା ପାଇଁ ରଣନୈତିକ ଭଣ୍ଡାରରୁ ୫ କୋଟି ବ୍ୟାରେଲ୍ ଅଶୋଧିତ ତୈଳ ବାହାର କରିବାକୁ ଘୋଷଣା କରିଛି । ଯାହାଫଳରେ ଆମେ ରିକାର ନାଗରିକଙ୍କୁ ମହଙ୍ଗାରୁ କିଛି ମୁକ୍ତି ମିଳିପାରିବ । ଆମେରିକାର ଏପରି ନିଷ୍ପତ୍ତିରେ ତେଲ ବଜାରରେ ଏକ ପ୍ରକାରର ଖୁସି ଖେଳିଯାଇଥିବା ଦେଖିବାକୁ ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0