spot_img

ମଡେଲ ତିଆରି କରି ଚର୍ଚ୍ଚାରେ ଭୀମସେନ

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ମଡେଲ କରି ଚର୍ଚ୍ଚାରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଗାଁର ଭୀମସେନ ଖୁଣ୍ଟିଆ l ତାଙ୍କ ହାତରେ ନିର୍ମିତ ଏହି ମଡେଲ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ହେବାକୁ ଥିବା ମ୍ୟୁଜିୟମରେ ସ୍ଥାନ ପାଇବ l ତାଙ୍କ ହାତ ବାଜିଲେ ଜୀବନ୍ତ ହୋଇଉଠେ ନିର୍ଜୀବ କାଠ l କାଠରେ ଏମିତି ମୂର୍ତ୍ତି କରିଦିଅନ୍ତି ଯେ ସତେ ଯେମିତି କାଠ ବି ଜୀବନ୍ତ ଜୀବନ୍ତ ଲାଗେ l ଇଚ୍ଛା ହୁଏ ଘଡ଼ିଏ ମନ ଭରି ଦେଖିବା ପାଇଁ l ଏଇ ଦେଖୁନାହାଁନ୍ତି କାଠରେ କେମିତି କୃଷ୍ଣଙ୍କ ମୂର୍ତ୍ତି କରିଛନ୍ତି l ସତେ ଯେମିତି ଜୀବନ୍ୟସ ପାଇଯାଇଛନ୍ତି କୃଷ୍ଣ l ଏହି ଲିଙ୍ଗରାଜ ମନ୍ଦିରର ମଡେଲକୁ ମଧ୍ୟ ସେ କାଠରେ କରିଛନ୍ତି l ଏହି ମଡେଲ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଠାରେ ହେବାକୁ ଥିବା ମ୍ୟୁଜିୟମରେ ସ୍ଥାନ ପାଇବ l ଏମିତି ସୁନ୍ଦର ଏବଂ ଆକର୍ଷିଣୀୟ ମୂର୍ତ୍ତି କରି ଆଜି ସଫଳତା ସାଉଁଟିପାରିଛନ୍ତି ଯୁବ ଶିଳ୍ପୀ ଭୀମସେନ l

LEAVE A REPLY

Please enter your comment!
Please enter your name here

- Advertisment -

Most Popular