ଚନ୍ଦନପୁର ପୋଲିସ ଦ୍ୱାରା ବିଦେଶିମଦ ଦୋକାନ ଉପରକୁ ବୋମାମାଡ଼ ଘଟଣାରେ ଜଣେ ଅଭିଯୁକ୍ତ କୁ ଗିରଫ କରାଯାଇଛି । ସୂଚନା ମୁତାବକ ଗତ ୧୦ ୦୯ ୨୧ ତାରିଖ ସନ୍ଧ୍ୟା ସାତଟା ବେଳେ ବଜାରରେ ଥିବା ବିଦେଶିମଦ ଦୋକାନ ଉପରକୁ ହୋଇଥିବା ବୋମାମାଡ଼ ଘଟଣାରେ ଗତକାଲି ରାତିରେ ଜଣେ ଅଭିଯୁକ୍ତ ଙ୍କୁ ଚନ୍ଦନପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଗୋବିନ୍ଦପୁର ଅଞ୍ଚଳର ରବୀନ୍ଦ୍ର ବେହେରାଙ୍କ ପୁଅ ଗଣେଶ କୁମାର ବେହେରା। ତେବେ ଏହି ବୋମାମାଡ଼ ଘଟଣାରେ ଆଉ ତିନିଜଣ ସମ୍ପୁକ୍ତ ଥିବା ପୋଲିସ ସୂଚନା ଦେଇଛି।ବହୁତ ଶୀଘ୍ର ଅନ୍ୟମାନେ ପୋଲିସ ପଞ୍ଝାରେ ଥିବେ ବୋଲି ଚନ୍ଦନପୁର ଥାନା ଅଧିକାରୀ କହିଛନ୍ତି। ତେବେ ଏହି ଘଟଣା ଚନ୍ଦନପୁର ପୋଲିସ ପାଇଁ ବଡ଼ ସଫଳତା ବୋଲି କୁହା ଯାଉଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0