ତାଲିବାନ ଶାସନର ୧୦୦ ଦିନ ପରେ ଦୁଇଟି ପିଲାଙ୍କ ମାଆ ଆଫଗାନୀସ୍ତାନର ୩୫ ବର୍ଷୀୟ ଜର୍ଗୁନା ତାଙ୍କର ଦୁର୍ଦ୍ଦଶା ବଖାଣିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ସନ୍ଧ୍ୟା ବେଳେ ଆମେ ଗୁଣ୍ଡାଏ ଖାଇଲୁ। କେବେ କେବେ ସେତକ ବି ମିଳେନାହିଁ। ଆମେ ଉପାସରେ ଶୋଇପଡୁ। ଆଜି ସକାଳେ ଚା ଟୋପାଏ ପିଇଥିଲୁ। ଦୁଇ ଦଶନ୍ଧି ଯୁଦ୍ଧ କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବା ପରେ ଆଫଗାନବାସୀ ଗରୁତର ମାନବୀୟ ସଙ୍କଟ ଦେଇ ଗତିକରୁଛନ୍ତି। ସେ ସଙ୍କଟର ପ୍ରଭାବ ଜର୍ଗୁନାଙ୍କର ୮ ବର୍ଷିୟ ପୁଅ ମଧ୍ୟ ବୁଝିପାରିଲାଣି। ସେ କହିଛି, ଆମେ ପାଉଁରୁଟି ଖାଉ ଆଉ କେବେ କେମିତି ଭାତ ମୁଠାଏ, କିନ୍ତୁ କେବେ ମାଂସ କି, ଫଳ ଖାଇବାକୁ ପାଉନାହୁଁ। ଖାଦ୍ୟ ଦର ଏତେ ବଢ଼ି ଯାଇଛି ଯେ, ୧ ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ପରିବାର ଲୋକେ ଓଳିଏ ମାତ୍ର ଖାଇବାକୁ ଦେବା କଷ୍ଟକର ହୋଇଯାଉଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0