ଟାଙ୍ଗୀ : ଭୁବନେଶ୍ୱର ରୁ ବାଲୁଗାଁ ଅଭିମୁଖେ ଏକ ଅଲ୍ଟୋ କାର୍ ଯାଉଥିବା ବେଳେ ଦ୍ରୁତ ଗତି ଓ ଭାରସାମ୍ୟ ହରାଇ କାର୍ ଟି ରାସ୍ତା ତଳକୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ୪ ଗୁରୁତର ହୋଇଛନ୍ତି । ଟାଙ୍ଗୀ ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ମାନଙ୍କୁ ପ୍ରଥମେ ଟାଙ୍ଗୀ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ମାନେ ହେଲେ ୯ ବର୍ଷର ଅର୍ପିତା ପ୍ରିୟ ଦର୍ଶନୀ, ୩ ବର୍ଷର ଆଶିଷ ଦାସ, ୩୦ ବର୍ଷର ଅର୍ପିତା ସୁଆର ଓ ୫୫ ଵର୍ଷୀୟ ଜ୍ୟୋତ୍ସ୍ନାରାଣୀ ଆଚାର୍ଯ୍ୟ। କାରରେ ଯାତ୍ରା କରୁଥିବା ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣା ପଡିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0