ଅହମଦାବାଦ: ଗୁଜରାଟର ଅହମଦାବାଦ ଅନ୍ତର୍ଗତ ଭାତଭା ଶିଳ୍ପାଞ୍ଚଳରେ ଥିବା ଗୋଟିଏ କେମିକାଲ ଫ୍ୟାକ୍ଟ୍ରିରେ ଆଜି ଭୋରରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ୟାକ୍ଟ୍ରିରେ ନିଆଁ ଲାଗିବାରୁ ଏହାର ଆଖପାଖ ଅଞ୍ଚଳକୁ ମଧ୍ୟ ବ୍ୟାପି ଯାଇଛି। ନିଆଁ କେମିତି ଲାଗିଲା ଓ ଏହାଦ୍ୱାରା କ’ଣ କ୍ଷୟକ୍ଷତି ହୋଇଛି, ସେ ବିଷୟରେ ଏଯାଏ ସ୍ପଷ୍ଟ ସୂଚନା ମିଳିନାହିଁ। ନିଆଁକୁ ଆୟତ୍ତ କରିବା ପାଇଁ ଏକାଧିକ ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି। ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି, ନିଆଁ ଲାଗିବା ବେଳେ ଫ୍ୟାକ୍ଟ୍ରି ନିକଟରେ ନିର୍ମାଣ କାମରେ ନିୟୋଜିତ ଶ୍ରମିକମାନେ ଅସ୍ଥାୟୀ ଶିବିରରେ ରହୁଥିଲେ। ତେବେ ସେମାନଙ୍କୁ ନିଆଁ ବ୍ୟାପିବା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଦିଆଯାଇଛି। କିନ୍ତୁ ସେମାନଙ୍କ ଅସ୍ଥାୟୀ ଶିବିର ଗୁଡ଼ିକ ନିଆଁରେ ପୋଡ଼ି ହୋଇ ପାଉଁଶ ହୋଇଯାଇଛି। ରାତି ପ୍ରାୟ ୧ଟା ବେଳେ ପ୍ରଥମେ କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା। ଏହାପରେ ନିଆଁ ଆଖପାଖ ଅଞ୍ଚଳରେ ଥିବା ୪ଟି ଅନ୍ୟ ଫ୍ୟାକ୍ଟ୍ରିକୁ ବ୍ୟାପି ଯାଇଥିଲା। ଏଯାଏ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ନିଆଁ ଲିଭା କାର୍ୟ୍ୟରେ ୪୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି। ଦୀର୍ଘ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ସାମାନ୍ୟ ନିୟନ୍ତ୍ରଣକୁ ଅଣାଯାଇ ପାରିଥିଲା ବୋଲି ସେ କହିଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0