ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏନେଇ ଅର୍ଥମନ୍ତ୍ରୀ ଦେଶରେ ଥିବା ପୋଷ୍ଟ ଅଫିସଗୁଡିକୁ କୋର ବ୍ୟାଙ୍କିଙ୍ଗ ସିଷ୍ଟମ ପର୍ୟ୍ୟାୟ ଭୂକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି କି ଏବେ ଡାକଘରେ ରହିବ ଏଟିଏମ୍ ମେସିନ । ଏହାସହ ୨୦୨୨ ଶେଷ ସୁଦ୍ଧା ଦେଶର ୧.୫ ଲକ୍ଷ ଡାକଘରକୁ କୋର ବ୍ୟାଙ୍କିଙ୍ଗ ସିଷ୍ଟମ ସହ ଯୋଡା ଯିବ ।ସରକାରଙ୍କ ଏଭଳି ଘୋଷଣା ପରେ ନେଟ ବ୍ୟାଙ୍କିଗ୍, ଏଟିଏମ ମାଧ୍ୟମରେ ଟଙ୍କା ଉଠାଣ, ସହ ଡାକଘର ଖାତା ମାଧ୍ୟମରେ ବ୍ୟାଙ୍କ ଖାତାକୁ ଟଙ୍କା ପ୍ରେରଣ ଭଳି ସୁବିଧା ଯୋଗାଇ ଦିଆଯିବ । ଅର୍ଥମନ୍ତ୍ରୀ କହିଛନ୍ତି କି ୨୦୨୨ ଶେଷ ସୁଦ୍ଧା ୧.୫ ଲକ୍ଷ ଡାକଘରକୁ ୧୦୦ ପ୍ରତିଶତ କୋର ବ୍ୟାଙ୍କିଙ୍ଗ ସିଷ୍ଟମ ସହ ଯୋଡାଯିବ ।ସରକାରଙ୍କର ଏଭଳି ଘୋଷଣା ଦେଶରେ କୃଷକ ଓ ବରିଷ୍ଠ ନାଗରିକଙ୍କ ପାଇଁ ସହାୟକ ହେବ । ଏହା ଦ୍ୱାରା କୃଷକ ଓ ବରିଷ୍ଠ ନାଗରିକମାନେ ବ୍ୟାଙ୍କ ଆଗରେ ଧାଡି ଲଗାଇବାରୁ ନିସ୍ତାର ପାଇବେ । ଅନ୍ୟପଟେ ଯେଉଁ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ପୋଷ୍ଟାଲ ମାଧ୍ୟମରେ ଆସୁଛି ସେମାନେ ଏବେ ପୋଷ୍ଟାଲ ଖାତାରୁ ସେମାନଙ୍କ ଟଙ୍କାକୁ ସିଧା ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରଣ କରିପାରିବେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0