ଆଇନ ଆଗରେ ସମସ୍ତେ ସମାନ | ସେ ଯେଉଁ ସ୍ତରରେ ଥାନ୍ତୁ ଯଦି ଧର୍ମ ପ୍ରତି ସମ୍ମାନ ଦେଖାଇବେ ନାହିଁ ସେ ଦଣ୍ଡ ପାଇବେ | ଗିରଫ ହେଲେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାପା ନନ୍ଦ କୁମାର ବଘେଲ। ବ୍ରାହ୍ମଣ ବିରୋଧୀ ଆପତ୍ତିଜନକ ମନ୍ତବ୍ୟ ପାଇଁ ମଙ୍ଗଳବାର ପୋଲିସ ତାଙ୍କୁ ଗିରଫ କରିଛି। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାପା ଜାତିବାଦ ଏବଂ ସମାଜରେ ବିଦ୍ଵେଷ ପ୍ରସାର କରିବାକୁ ଉଦ୍ୟମ କରିଛନ୍ତି। ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବା ପର୍ଯ୍ୟନ୍ତ କଥା ଗଲା। କିନ୍ତୁ ରାହୁଲ ଗାନ୍ଧୀଙ୍କୁ ଏସବୁ ଦେଖା ଯାଉନି ଏବଂ ସେ ଏହି ମାମଲାରେ ନଜାଣିବାର ଅଭିନୟ କରୁଛନ୍ତି ବୋଲି ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି | ଗିରଫଦାରୀ ପରେ ନନ୍ଦ କୁମାରଙ୍କୁ ରାୟପୁରର ଏକ ଅଦାଲତରେ ହାଜର କରାଯାଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0