ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ନିଜର ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି | ସେ ପୁଣି ଥରେ କେନ୍ଦ୍ର ଉପରେ ବର୍ଷିଛନ୍ତି | କେନ୍ଦ୍ର ସରକାର ଯେଉଁ ଦାବି କରୁଛନ୍ତି କି ରାଜ୍ୟରେ ସ୍ଥିତି ସାମାନ୍ୟ ହୋଇଯାଇଛି ତାହା ଭୁଲ ବୋଲି ମୁଫତି କହିଛନ୍ତି । ଭାରତ ସରକାର ଆଫଗାନିସ୍ତାନ ଲୋକଙ୍କ ଅଧିକାରକୁ ନେଇ ଚିନ୍ତା କରୁଛନ୍ତି ହେଲେ ଜାଣିଶୁଣି କଶ୍ମୀରବାସୀଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛନ୍ତି । ମୋତେ ଆଜି ନଜର ବନ୍ଦୀ କରାଯାଇଛି କାରଣ ପ୍ରଶାସନ ଅନୁଯାୟୀ କଶ୍ମୀରରେ ସ୍ଥିତି ସାମାନ୍ୟ ନାହିଁ । ଏହା କେନ୍ଦ୍ର ସରକାରଙ୍କ ମିଛ କଥା ବାଲି ମୁଫତି କହିଛନ୍ତି । ମୁଫତି ଦାବି କରିଛନ୍ତି କି ତାଙ୍କୁ ନଜର ବନ୍ଦୀ ରଖାଯାଇଛି | ମଙ୍ଗଳବାର ମୁଫତି ତାଙ୍କ ପାର୍ଟି ମୁଖ୍ୟାଳୟ ଯିବାର ଥିଲା । ହେଲେ ସେ ଯାଇ ନାହାନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0