ଯାଜପୁର ଜିଲ୍ଲାର ବହୁ ଚର୍ଚ୍ଚିତ ନଗଡ଼ାର ଉନ୍ନତି ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧୀକ ଟଙ୍କା । କିନ୍ତୁ ଫଳ ଶୂନ । ସମୟ ସମୟରେ ଏଠାରେ ଘଟୁଥିବା ଅଭାବନୀୟ ଘଟଣା ଗଣମାଧ୍ୟମର ଶିରୋନାମା ପାଲଟି ଯାଉଛି। ବିକାଶ ଓ ପ୍ରଶାସନିକ ବ୍ୟବସ୍ଥା ଯେପରି ଏଠାରେ ସତେ ଯେପରି ଅଚଳ । କରୋନା କାଳରେ ସ୍କୁଲ ବନ୍ଦ ଥିବାରୁ ପିଲାମାନଙ୍କୁ ମିଳୁନି ରନ୍ଧା ଖାଦ୍ୟ । ବଦଳରେ ଦିଆଯାଉଛି ଚାଉଳ। ଏହି ଚାଉଳ ପିଲାଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ମାତ୍ର ବହୁଚର୍ଚ୍ଚିତ ଯାଜପୁର ଜିଲ୍ଲା ନଗଡ଼ାରେ ଦେଖିବାକୁ ମିଳିଛି ଏହି ନିୟମର ବ୍ୟତିକ୍ରମ । ସରକାରଙ୍କ ପ୍ରଦତ୍ତ ଚାଉଳରେ କିଛି ଦିନ ପରିବାର ଲୋକଙ୍କ ପେଟ ପୋଷିହୋଇଯିବ ଆଶାରେ ପ୍ରାୟ ୨୦ କିମି ଚାଲିଛନ୍ତି କୁନି କୁନି ପିଲା। ଏପରିକି ଖାଲି ପାଦରେ ଦୁର୍ଗମ ରାସ୍ତାରେ ପ୍ରାୟ ୧୦ କିମି. ପାହାଡ ଖସିବା ସହ ପୁଣି ଚାଉଳ ମୁଣ୍ଡାଇ ୧୦ କିମି ପାହାଡ ଚଢ଼ି ଭୋକ ଉପାସରେ ଘରେ ପହଞ୍ଚିଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବହୁଚର୍ଚ୍ଚିତ ନଗଡ଼ାରେ। ସେପଟେ ଚାଉଳ ପହଞ୍ଚାଇବା ବ୍ଲକ ଶିକ୍ଷାଧିକାରୀଙ୍କ ଦାୟିତ୍ୱ । କିପରି ପିଲା ଚାଲି ଚାଲି ଗଲେ ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ଦାୟିତ୍ୱରେ ଥିବା ଦାନଗଦି ବିଡିଓ । ସେମାନଙ୍କ ଗୋଡ଼ରେ ନା ଥିଲା ଜୋତା, ନା ହାତରେ ଥିଲା କିଛି ଖାଦ୍ୟ ସାମଗ୍ରୀ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଅଖିଆ ଅପିଆ ଚାଉଳ ଧରି ଫେରିଲେ। ଏପରିକି, ଚାଉଳ ବସ୍ତାକୁ ମୁଣ୍ଡାଇ ପୁଣି ଥରେ ପାହାଡ ଚଢ଼ି ୧୦ କିମି ଅତିକ୍ରମ କରି କୁନି କୁନି ପିଲା ଘରକୁ ବାହୁଡ଼ିଥିବା ଜଣାଯାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0