spot_img

ମନ୍ଦିର –ମସଜିତ – ଚର୍ଚ୍ଚ ବୁଲାଇ ଶପଥ କରାଉଛି କଂଗ୍ରେସ

ପାଣାଜୀ: ଗୋଆ ରେ କଂଗ୍ରେସ ନିଜର ପ୍ରାର୍ଥୀମାନଙ୍କୁ ବିଶ୍ୱସ୍ତତାର ଶପଥ ଦେଉଛି । ଗୋଆ ରେ କଂଗ୍ରେସ ଟିକେଟ ଦେଇଛି ସତ ,କିନ୍ତୁ ପ୍ରାର୍ଥୀ ଙ୍କ ଉପରେ ସେମାନଙ୍କ ର ବିଶ୍ୱାସ ନାହିଁ । କଂଗ୍ରେସ ନିଜ ପ୍ରାର୍ଥୀ ଙ୍କୁ ମନ୍ଦିର-ମସଜିତ-ଚର୍ଚ୍ଚକୁ ନେଇ ସେଠାରେ ଶପଥ କରାଉଛନ୍ତି । ପ୍ରାର୍ଥୀଙ୍କୁ ଶପଥ କରି ଏହା କୁହାଯାଉଛି ଯେ ଯଦି ସେମାନେ ନିର୍ବାଚନ ରେ ଜିତନ୍ତି ତେବେ ସେମାନେ ଦଳ ପ୍ରତି ବିଶ୍ୱସ୍ତ ରହିବେ ଏବଂ ଦଳ ଛାଡିବେ ନାହିଁ । କଂଗ୍ରେସ ର ୩୬ ଜଣ ପ୍ରାର୍ଥୀ ଭଗବାନ ଙ୍କ ନିକଟରେ ଶପଥ ନେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ମାନେ ମହାଲକ୍ଷ୍ମୀ ମନ୍ଦିର ,ବାମ୍ବୋଲିମ୍ କ୍ରସ୍ ଚର୍ଚ୍ଚ ଏବଂ ହାମଜା ଶାହା ଦରଘା ଠାରେ ଶପଥ ନେଇଥିଲେ । ପ୍ରକୃତ ରେ କୁହାଯାଇଛି ଯେ ଯଦି କେହି କଂଗ୍ରେସ କୁ ଭୋଟ ଦିଅନ୍ତି ତେବେ ଭୋଟ ବିଜେପି କୁ ହିଁ ଯିବ । ଆମ୍ ଆଦମୀ ପାର୍ଟି ଏବଂ ଟିଏମସି କହୁଛନ୍ତି ଯେ କଂଗ୍ରେସ କୁ ଭୋଟ ଦେବା ଅର୍ଥ ବିଜେପିକୁ ଭୋଟ ଦେବା ପରି । ଗୋଆ ରେ କଂଗ୍ରେସ ପ୍ରାର୍ଥୀ ମାନଙ୍କୁ ଶପଥ ଗ୍ରହଣ କରାଉଛି , ଯାହା ଦ୍ୱାରା ଏହି ବାର୍ତ୍ତା ଭୋଟର ଙ୍କ ନିକଟକୁ ନଯାଉ ।
କଂଗେସ ଭୟ କରୁଛି ଯେ ଏଥର ଯେଭଳି ୨୦୧୭ ପରି ପରିସ୍ଥିତି ନ ହୋଇଯାଉ । କାରଣ ୨୦୧୭ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଏକକ ବୃହତ୍ତମ ଦଳ ହୋଇଥିଲେ ମଧ୍ୟ ସରକାର ଗଠନ କରିପାରି ନଥିଲା । ୪୦ ଆସନ ବିଶିଷ୍ଟ ଗୋଆରେ କଂଗ୍ରେସ ୧୭ଟି ଆସନ , ବିଜେପି ୧୩ଟି ଆସନ , ଗୋଆ ଫରୱାର୍ଡ ପାର୍ଟି ଏବଂ ମହାରାଷ୍ଟ୍ରବାଦି ଗୋମନ୍ତକ ପାର୍ଟି  ପ୍େରତ୍ୟକ ୩ଟି ଲେଖାଏ ଆସନ ପାଇଥିଲେ । ଆଉ ଏହି ୫ ବର୍ଷ ମଧ୍ୟରେ ୧୭ ଜଣ କଂଗ୍ରେସ ବିଧାୟକ ଙ୍କ ମଧ୍ୟରୁ ୧୫ ଜଣ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଏହି ଭୟରୁ କଂଗ୍ରେସ ନିଜର ପ୍ରାର୍ଥୀମାନଙ୍କ ଠାରୁ ଶପଥ ନେଉଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular