spot_img

ସଲମାନ ଖାନଙ୍କ ଫାର୍ମହାଉସରୁ ମିଳିଲା ମରଶରୀର

ମୁମ୍ବାଇ: ସଲମାନ ଖାନ ଓ ତାଙ୍କ ପଡ଼ୋଶୀ କେତନ କକ୍କଡଙ୍କ ମଧ୍ୟରେ ବିବାଦ ଥମିବାରେ ନାଁ ନେଉନି। ଦିନକୁ ଦିନ ଆହୁରି ବଢିବାରେ ଲାଗିଛି। ସଲମାନ କେତନଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ମଧ୍ୟ ଦାଖଲ କରିଛନ୍ତି, ଯାହାର ଶୁଣାଣି କୋର୍ଟରେ ଚାଲିଛି। କେତନ ଜଣେ ଏନଆରଆଇ ସେ ବର୍ତ୍ତମାନ ପାନଭେଲସ୍ଥିତ ସଲମାନଙ୍କ ଫାର୍ମହାଉସ୍ ନିକଟରେ ରୁହନ୍ତି। ସେ ସଲମାନଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ସଲମାନଙ୍କ ପାନଭେଲ୍୍ ସ୍ଥିତ ଫାର୍ମହାଉସରେ ପୋତା ଯାଇଛି ଅନେକ କଳାକାରମାନଙ୍କ ଶବ।
କେତନ କକ୍କଡ୍ ଅଭିଯୋଗ କରିଛନ୍ତି ଯେ ସଲମାନଙ୍କ ପାନ୍ଭେଲ୍ ଫାର୍ମହାଉସରେ ହେଉଥିବା ପାର୍ଟିକୁ ଅନେକ କଳାକାରମାନେ ଆସନ୍ତି। ସେହି କଳାକାରମାନଙ୍କୁ ହତ୍ୟା କରି ସେମାନଙ୍କ ଶବକୁ ସେଠାରେ କବର ଦିଆଯାଉଥିଲା। ସେ କହିଛନ୍ତି ଯେ ଆଜି ବି ସେହି କଳାକାରମାନଙ୍କ ମୃତଦେହ ସେଠାରେ ପୋତା ହୋଇରହିଛି ।
ଖାଲି ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ,ସଲମାନ ମଧ୍ୟ ତାଙ୍କ ଫାର୍ମହାଉସ୍ରୁ ପିଲାମାନଙ୍କୁ ଚୋରା ଚାଲାଣ କରି ଅନେକ ଟଙ୍କା ମଧ୍ୟ ରୋଜଗାର କରନ୍ତି। ଏମିତିକି ଅଭିନେତାଙ୍କ ନାଁକୁ ଡି-ଗ୍ୟାଙ୍ଗ୍ ସହ ବି ଯୋଡିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଡି-ଗ୍ୟାଙ୍ଗ୍ ସହ ଜଡିତ ଥିବାରୁ ସଲମାନ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। ବଡ ବଡ ନେତାମାନଙ୍କ ସହ ମଧ୍ୟ ସଲମାନ ଖାନଙ୍କର ଭଲ ସମ୍ପର୍କ ରହିଛି ବୋଲି ତାଙ୍କ ପଡ଼ୋଶୀ କହିଛନ୍ତି। ଏହା ସହ ସେ ସଲମାନଙ୍କ ଧର୍ମକୁ ନେଇ ବି ପ୍ରଶ୍ନବାଚୀ ଉଠାଇଛନ୍ତି।
ସଲମାନଙ୍କ ପକ୍ଷରୁ ତାଙ୍କ ଓକିଲ କହିଛନ୍ତି ,ବିନା କୌଣସି ପ୍ରମାଣରେ ଏ ସବୁ ଭିତ୍ତିହୀନ। ତା ଛଡ଼ା ଜମିଜମା ମାମଲାରେ ବ୍ୟକ୍ତିଗତ କଥା ତଥା ପରିବାରକୁ କାହିଁକି ଟଣାଯାଉଛି। ଧର୍ମ କଥା ଏଠି କାହିଁକି ଉଠା ଯାଉଛି। ତାଙ୍କ ବାପା ମୁସଲିମ୍ ମା ହିନ୍ଦୁ। ସେମାନେ ସମସ୍ତ ପର୍ବପର୍ବାଣୀକୁ ଏକାଠି ପାଳନ କରନ୍ତି।
ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ସଲାମାନ ତାଙ୍କ ପଡୋଶୀଙ୍କ ବିରୋଧରେ ଅଭିଯୋଗ କରିବା ସହ ଗୁଗୁଲ, ୟୁଟ୍ୟୁବ୍, ଫେସବୁକ୍ ଓ ଟ୍ୱିଟରରୁ ଏହି ସାକ୍ଷାତକାର ହଟେଇବାକୁ କହିଛନ୍ତି।
ଯଦି ଫାର୍ମହାଉସ୍ କଥା କୁହାଯାଏ ତେବେ ୧୫୦ ଏକର ଜମିରେ ତିଆରି ହୋଇଛି ସଲମାନଙ୍କ ଫାର୍ମହାଉସ୍। ଏହା କେଉଁ ଲଗ୍ଜରୀ ରିସୋର୍ଟଠୁ କମ୍ ନୁହେଁ । ସଲମାନ ଖାନ ତାଙ୍କର ଅଧିକାଂଶ ଛୁଟି ଏହି ଫାର୍ମହାଉସରେ କାଟନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular