ବଡ଼ବିଲ: ବଡ଼ବିଲ ୧୪ ନମ୍ବର ୱାର୍ଡ଼ରେ ୯ଟି ବିଜୁଳି ଖୁଣ୍ଟଉପୁଡ଼ି ପଡ଼ିଛି । ତେବେ ବିଳମ୍ବିତ ରାତିରେ ଏକ ଅଜଣା ଟ୍ରକ ବିଜୁଳି ତାର ସଂସ୍ପର୍ଶରେ ଆସିିବା ଫଳରେ ଘଟିଛି ଅଘଟଣ । ଭାଗ୍ୟବଶତଃ ସମସ୍ତ ଖୁଣ୍ଟି ଗୁଡ଼ିକ କୌଣସି ଘର ଉପରେ ନପଡ଼ି ରାସ୍ତା ଉପରେ ପଡ଼ିଥିଲା । ତେବେ ଏନେଇ ପ୍ରଶାସନ ଓ ବିଜୁଳି ବିଭାଗ ଅଧିକାରୀଙ୍କୁ ସୂଚନା ଦିଆ ଯାଇଥିଲା । କିନ୍ତୁ କାହାରି ଦେଖା ନଥିବାରୁ ସେଠାକାର ସ୍ଥାନୀୟ ବାସିନ୍ଦା ରାସ୍ତା ରୋକ କରିଥିଲେ । ସେପଟେ ବିଜୁଳି ଖୁଣ୍ଟଭାଙ୍ଗିଯାଇଥିବାରୁ ଅଞ୍ଚଳରେ ବିଜୁଳି ସେବା ପୁରାପୁରି ବିଚ୍ଛିନ୍ନ ହୋଇଛି । ଫଳରେ ପିଲାମାନଙ୍କ ଅନଲାଇନ ପାଠ ପଢ଼ା ବନ୍ଦ ହୋଇଯାଇଛି । ତେବେ ଏନେଇ ବିଜୁଳୀ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ ପୁନଃବାର ବିଜୁଳି ସେବା ଯୋଗାଇବାକୁ ୧୫ ଦିନରୁ ଅଧିକ ସମୟ ଲାଗିବ । ତେବେ ପ୍ରଶାସନର ଏପରି ମନ୍ତବ୍ୟକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0