ନୟାଗଡ: ପରୀ ଘଟଣାରେ ଗିରଫ ବ୍ୟକ୍ତିଙ୍କୁ ଆଜି ପକ୍ସୋ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ । ପରୀର ଗାଁ ନୟାଗଡ଼ ଯଦୁପୁରର ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ। ହେଲେ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରାଯାଇ ନାହିଁ। ସୋମବାର ନୟାଗଡ଼ ପକ୍ସୋ କୋର୍ଟରେ ହାଜର କରାଯିବ। ତାଙ୍କ ବିରୋଧରେ ଆଇପିସିର ଧାରା ୩୭୬-ଏ (ଦୁଷ୍କର୍ମ), ୩୭୬-ଏବି (୧୨ ବର୍ଷରୁ କମ୍ ବୟସ୍କ ନାବାଳିକା ସହ ଦୁଷ୍କର୍ମ), ୩୬୪ (ଅପହରଣ), ୩୦୨ (ହତ୍ୟା) ଓ ୨୦୧ (ପ୍ରମାଣ ନଷ୍ଟ) ସହ ପକ୍ସୋ ଆଇନର ଧାରା-୬ରେ ମାମଲା ରୁଜୁ ହୋଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ୍ ରିଲିଜ ଯୋଗେ ସୂଚନା ଦିଆଯାଇଛି। ଜୁଲାଇ ୧୪ରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପରୀ ଅପହୃତ ହୋଇଯାଇଥିବା ବେଳେ, ୧୦ ଦିନ ପରେ ତାର କେଇ ଖଣ୍ଡ ହାଡ଼ ଘରପଛପଟୁ ମିଳିଥିଲା । ସେପଟେ ପରୀର ପଡ଼ୋଶୀ ସରୋଜ ସେଠୀଙ୍କୁ ଦୁଇ ଦିନ ତଳେ ମାଆ ଓ ଭଉଣୀଙ୍କ ସହ ଗାଁରୁ ଉଠାଇ ନେଇଥିଲା ଏସଆଇଟି। ଦୀର୍ଘ ୧୨ ଘଣ୍ଟା ପରେ ତାଙ୍କ ମାଆ ଓ ଭଉଣୀକୁ ଛାଡ଼ି ଦେଇଥିଲେ ବି, ସରୋଜଙ୍କୁ ଏଯାଏଁ ଛଡ଼ାଯାଇନାହିଁ। ତେଣୁ ଗିରଫ ବ୍ୟକ୍ତି ଜଣକ ସରୋଜ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0