spot_img

ଭିଜିଲାନ୍ସ ଜାଲରେ ନକ୍ସା ଅଙ୍କନକାରୀ

ବଲାଙ୍ଗିର : ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟର ନକ୍ସା ଅଙ୍କନକାରୀ ଜୀବଦିଶ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ତାଙ୍କର ଆଦର୍ଶପଡ଼ା ସ୍ଥିତ ନିଜ ଘର ସହିତ ସଂର୍ପକୀୟଙ୍କ ଘର ଓ କଲେଜ ଛକ ସ୍ଥିତ ଅଫିସରେ ଚଢ଼ଉ କରିଛି ଭିଜିଲାନ୍ସ। ସେହିପରି ପୁଇଁନ୍ତଲା ବ୍ଲକ ଶିକାବେହେଙ୍ଗା ଗାଁରେ ଥିବା ତାଙ୍କ ପୈତୃକ ଘରେ ବି ଭିଜିଲାନ୍ସର ଏକ ଟିମ୍ ଚଢ଼ଉ କରିଛି। ସମ୍ୱଲପୁର, ସୋନପୁର ଓ ବଲାଙ୍ଗିର ଭିଜିଲାନ୍ସ ବିଭାଗର ୩ଟି ଟିମ୍ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଚଢ଼ଉ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular